Advertisment

ପିକ୍‌ଅପ୍ ଧକ୍କାରେ ୨ ଭାଇ ମୃତ

ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଗେଟିପଡା ଗାଁ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ପିକଅପ୍ ସହ ସାମ୍ନାସାମ୍ନି ଧକ୍କାରେ ୨ ବାଇକ୍ ଆରୋହି ମୃତ। ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଗେଟିପଡା ଗାଁ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ରାୟଗଡ଼ା କୋଲନରା ବ୍ଲକ୍ ରାମପୁର ଗାଁର ମନୋଜ ବେନିଆ ଓ ବୁଲୁ ବେନିଆ।

Advertisment

ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଖବର ପାଇ ମୃତକଙ୍କ ସମ୍ପର୍କିୟ ଓ ପରିବାର ଲୋକେ ପହଞ୍ଚି ଥିଲେ। ଯାହା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ରାସ୍ତାରେ ବସି କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେପଟେ ଖବର ପାଇ ଘଟଣାସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ଦୁର୍ଘଟଣା ଘଟାଇଥିବା ପିକଅପ୍ ଘଟଣାସ୍ଥଳରୁ ଫେରା ହୋଇଯାଇଛି। ତେବେ ଏନେଇ ପୁଲିସର ମିଳିପାରିନାହିଁ।

Advertisment

ରିପୋର୍ଟ- ରାୟଗଡ଼ାରୁ ମାଉଡ଼ି ବାରିକ

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe