Advertisment

ପିଟି ଦେଲା ବୋଲେରୋ; ଜେଜେମା’ ଓ ନାତି ମୃତ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଲାଗୁମ୍ମାପଦର ନିକଟ ଅଙ୍ଗଦ କଲୋନୀରେ ଏକ ବାଇକ୍‌କୁ ବୋଲେରୋଟିଏ ପିଟି ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ସଂପର୍କରେ ଜେଜେମା’ ଓ ନାତି। ମୃତ ମହିଳାଙ୍କ ନାଁ ମମତା ନାଏକ। ତାଙ୍କ ନାତିଙ୍କ ନାଁ ନୂତନ ନାଏକ। ମମତାଙ୍କର ଆଉ ଜଣେ ନାତି ହଂସରାଜ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। କାଶୀପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡ଼ା […]

ପିଟି ଦେଲା ବୋଲେରୋ; ଜେଜେମା’ ଓ ନାତି ମୃତ

Accident

Advertisment

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଲାଗୁମ୍ମାପଦର ନିକଟ ଅଙ୍ଗଦ କଲୋନୀରେ ଏକ ବାଇକ୍‌କୁ ବୋଲେରୋଟିଏ ପିଟି ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ସଂପର୍କରେ ଜେଜେମା’ ଓ ନାତି।

Advertisment

ମୃତ ମହିଳାଙ୍କ ନାଁ ମମତା ନାଏକ। ତାଙ୍କ ନାତିଙ୍କ ନାଁ ନୂତନ ନାଏକ। ମମତାଙ୍କର ଆଉ ଜଣେ ନାତି ହଂସରାଜ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। କାଶୀପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମମତା ନାଏକ ଜଣ ଅଙ୍ଗନବାଡ଼ି କର୍ମୀ। ତାଙ୍କ ସ୍ୱାମୀ କାଶୀପୁର ବ୍ଲକ୍‌ କଂଗ୍ରେସର ସଭାପତି। ମମତା ଆଜି ଦୁଇ ନାତିଙ୍କ ସହିତ ବାଇକ୍‌ରେ କୌଣସି ସ୍ଥାନରୁ ଘରକୁ ଫେରୁଥିବା ବେଳେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କଳାହାଣ୍ଡି ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହା ପରେ ବୋଲେରୋଟି ଓଲଟି ପଡ଼ିଥିଲା। କାଶୀପୁର ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe