Advertisment

ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

କଲ୍ୟାଣସିଂହପୁର (ମାଉଡି ବାରିକ): ଟ୍ରକ୍ ଓ ବାଇକ୍ ମୁହାଁମୁହି ଧକ୍କା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା କୁମ୍ଭିକଟା ଫାଣ୍ଡି ଅନ୍ତର୍ଗତ ଗୁମା ଘାଟିରେ। ଯେଉଁଠାରେ ଟ୍ରକ ଓ ବାଇକ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ କାଶୀପୁର ବ୍ଲକର ଶଙ୍କର ମାଝୀ ଓ ତୁରଲା ଖମନ। ସେହିପରି ଆହତ […]

ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

truck-and-bike

Advertisment

କଲ୍ୟାଣସିଂହପୁର (ମାଉଡି ବାରିକ): ଟ୍ରକ୍ ଓ ବାଇକ୍ ମୁହାଁମୁହି ଧକ୍କା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା କୁମ୍ଭିକଟା ଫାଣ୍ଡି ଅନ୍ତର୍ଗତ ଗୁମା ଘାଟିରେ। ଯେଉଁଠାରେ ଟ୍ରକ ଓ ବାଇକ ମଧ୍ୟରେ ଜୋରଦାର ଧକ୍କା ହୋଇଛି।

Advertisment

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ କାଶୀପୁର ବ୍ଲକର ଶଙ୍କର ମାଝୀ ଓ ତୁରଲା ଖମନ। ସେହିପରି ଆହତ ବ୍ୟକ୍ତି ଜଣକ ହେଲେ ନିରଞ୍ଜନ ଭୋଇ। ଶଙ୍କର ଓ ତୁରଲା ବାଇକ ଯୋଗେ ରାୟଗଡାରୁ ଗାଁକୁ ଫେରୁଥିଲେ। ଦୁହେଁ ଗୁମା ଘାଟି ପାଖରେ ହୋଇଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସହିତ ସେମାନଙ୍କର ବାଇକ୍ ଧକ୍କା ହେଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାରେ ଟ୍ରକ ମଧ୍ୟ ଓଲଟି ଯାଇଥିଲା। ଟ୍ରକ୍ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଅଧିକା ତଦନ୍ତ କରୁଛି। ଏହା ପୂର୍ବରୁ ଆଜି ସକାଳେ ଗୁମା ଘାଟିରେ ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଯେଉଁଥିରେ ଜଣେରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe