Advertisment

ଘର ଭିତରେ ଦୁଇ ସାଙ୍ଗ ବିଷ ପିଇଦେଲେ!

ଖରା ଛୁଟିଥିବାରୁ ଶିବାନୀ ଘରକୁ ପଳାଇ ଆସିଥିଲେ। ସେ ଘରକୁ ଆସିବା ପରେ ସଙ୍ଗୀତାଙ୍କୁ ଦେଖା କରିବାକୁ ନିୟମିତ ଯାଉଥିଲେ। ଉଭୟ ଦୁଃଖ ଶୁଖ ମଧ୍ୟ ହେଉଥିଲେ। ଆଜି ସକାଳେ ପରିବାର ଲୋକେ କାମ କରିବାକୁ ଯାଇଥିଲେ। ଘରେ ଏକାକୀ ଥିଲେ ସଙ୍ଗୀତା।

author-image
Manoranjan Sial
Rayagada

Rayagada

ଘର ଭିତରେ ବିଷ ପିଇଦେଲେ ଦୁଇ ସାଙ୍ଗ! ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ବେଡ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ସକାଳେ ଏପରି ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ତେବେ ଉଭୟ କ’ଣ ପାଇଁ ବିଷ ପିଇଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ପଞ୍ଚୟତର ଉତୁକାପାଢୁ ଗାଁର ସଙ୍ଗୀତା ହେପ୍ରିକା ଓ ଶିବାନୀ ପାଲକା ଦୁଇ ଜଣ ଭଲ ବନ୍ଧୁ। ପାଖାପାଖି ଘର। ଉଭୟ କୁଲି ସେବାଶ୍ରମ ସ୍କୁଲରେ ପଢ଼ୁଥିଲେ। ସଂଗୀତା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଗତବର୍ଷଠାରୁ ପାଠ ପଢ଼ାରେ ଡୋରୀ ବାନ୍ଧିଛନ୍ତି। ଆଉ ତାଙ୍କ ସାଙ୍ଗ ପଢ଼ା ଛାଡ଼ିବା ପରେ ଶିବାନୀ ଏକାକୀ ସ୍କୁଲରେ ପାଠ ପଢ଼ୁଥିଲେ। ସେ ନବମ ଶ୍ରେଣୀରେ ପଢ଼ୁଥିଲେ।

ଖରା ଛୁଟିଥିବାରୁ ଶିବାନୀ ଘରକୁ ପଳାଇ ଆସିଥିଲେ। ସେ ଘରକୁ ଆସିବା ପରେ ସଙ୍ଗୀତାଙ୍କୁ ଦେଖା କରିବାକୁ ନିୟମିତ ଯାଉଥିଲେ। ଉଭୟ ଦୁଃଖ ଶୁଖ ମଧ୍ୟ ହେଉଥିଲେ। ଆଜି ସକାଳେ ପରିବାର ଲୋକେ କାମ କରିବାକୁ ଯାଇଥିଲେ। ଘରେ ଏକାକୀ ଥିଲେ ସଙ୍ଗୀତା। ତାଙ୍କ ଘରକୁ ଯାଇଥିଲେ ଶିବାନୀ। ସେଠାରେ କ’ଣ ଘଟିଲା ଯେ ଉଭୟ ଏକତ୍ର ବିଷ ପିଇ ଦେଇଥିଲେ। ଫଳରେ ଚେତା ହରାଇ ଉଭୟ ତଳେ ପଡ଼ି ଯାଇଥିଲେ।

Advertisment

ସାହି ପଡ଼ିଶାଙ୍କଠାରୁ ଖବର ପାଇ ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଲନରା ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଙ୍ଗୀତାଙ୍କ ମୃତ୍ୟୁ ଘଟିଥିଲା। ତେବେ ଶିବାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ବିଷ ପାନ କରିବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ସେପଟେ ପରିବାର ଲୋକ ଏନେଇ ମୁହଁ ଖୋଲୁନଥିବା ବେଳେ ରାୟଗଡ଼ା ପୁଲିସ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Crime Rayagada