Advertisment

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ତେବେ ଏହି ଦୁର୍ଘଟଣା କ୍ଷୟକ୍ଷତି ନେଇ ସୂଚନା ମିଳି ନ ଥିଲେ ହେଁ ଏହି ଲାଇନ୍‌ ଦେଇ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
train derail

train derail

ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ସୂଚନା ମିଳି ନ ଥିଲେ ହେଁ ଏହି ଲାଇନ୍‌ ଦେଇ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଏହି ମାଲବାହୀ ଟ୍ରେନ୍‌ର ୨ଟି ବଗି ଲାଇନଚ୍ୟୁତ ହୋଇଛି।

Advertisment

ରାୟଗଡ଼ାରୁ ୩୦ କିମୀ ଦୂର କେଉଟଗୁଡ଼ା ରେଳ ଷ୍ଟେସନ୍‌ରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଏହି ମାଲବାହୀ ଟ୍ରେନ୍ ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିଲା।

ମାଲଗାଡ଼ି ଦୁର୍ଘାଟଣା ଯୋଗୁ ଜଗଦଲପୁରରୁ ଭୁବନେଶ୍ଵର ଯିବାକୁ ଥିବା ହୀରାଖଣ୍ଡ ଏକ୍ସପ୍ରେସର ଯାତାୟତ ବାଧାପ୍ରାପ୍ତ ହୋଇପାରେ ବୋଲି ପ୍ରାଥମିକ ସୂଚନା ମିଳିଛି। ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Train Accident Train Track