Advertisment

ଶୁଣିଲାନି ପ୍ରଶାସନ! ଦିନ ରାତି ଏକ କରି କେନାଲ ଖୋଳିଲେ ଗାଁ ଲୋକ

କାଶୀପୁର ବ୍ଲକ୍‌ ମାଇକଞ୍ଚ ପଞ୍ଚାୟତ କୁଟ୍ରୁଝିରି ଗାଁ। ୨୦୦ରୁ ଅଧିକ ପରିବାର ବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଚାଷ ଉପରେ ନିର୍ଭର କରି ପରିବାର ଭରଣପୋଷଣ କରନ୍ତି। ଗାଁରେ ପାଣିର ଘୋର ସଙ୍କଟ। ଇନ୍ଦ୍ରଙ୍କ ଆଶୀର୍ବାଦରେ ଜୀବନ ଜିଇଁଥାଆନ୍ତି ଗାଁ ଲୋକ।

Canal

Canal

Advertisment

ଅଭିଯୋଗ କରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ! ଶେଷରେ ବଡ଼ ନିଷ୍ପତ୍ତି ନେଲେ ଗାଁ ଲୋକ। ଗାଁକୁ ଶଷ୍ୟ ଶ୍ୟାମଳା କରିବା ପାଇଁ ସମସ୍ତେ ମିଳିମିଶି ଖୋଳିଲେ କେନାଲ୍‌। ପ୍ରାୟ ୧୫ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଗାଁରେ ପହଞ୍ଚିଛି ଝରଣା ପାଣି। ଯେଉଁ ପାଣିକୁ ବ୍ୟବହାର କରି ଗାଁ ଲୋକେ ଫଳାଉଛନ୍ତି ସୁନାର ଫସଲ। ଆଜି ଏପରି ଏକ ଭଲ ଖବର ଆସିଛି ରାୟଗଡ଼ା ଜିଲ୍ଲାରୁ।

Advertisment

କାଶୀପୁର ବ୍ଲକ୍‌ ମାଇକଞ୍ଚ ପଞ୍ଚାୟତ କୁଟ୍ରୁଝିରି ଗାଁ। ୨୦୦ରୁ ଅଧିକ ପରିବାର ବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଚାଷ ଉପରେ ନିର୍ଭର କରି ପରିବାର ଭରଣପୋଷଣ କରନ୍ତି। ଗାଁରେ ପାଣିର ଘୋର ସଙ୍କଟ। ଇନ୍ଦ୍ରଙ୍କ ଆଶୀର୍ବାଦରେ ଜୀବନ ଜିଇଁଥାଆନ୍ତି ଗାଁ ଲୋକ। ଭଲ ବର୍ଷା ହେଲେ ବର୍ଷକରେ ୬ ମାସ ହେବ। ତାହା ପୁଣି ଧାନ ଓ ମାଣ୍ଡିଆ। ନହେଲେ ବାକି ୬ ମାସ ଶୁଖିଲା ପଡ଼ୁଥିଲା ଚାଷ ଜମି। ଗ୍ରୀଷ୍ମ ଋତୁରେ ଚାଷ ଜମିରେ ବିଲୁଆ ଡେଉଁଥିଲା।

ଅନ୍ୟପକ୍ଷରେ କୁଟ୍ରୁଝିରି ଝରଣା ପାଣି ତଳକୁ ବୋହି ଯାଇ ନଷ୍ଟ ହେଉଥିଲା। ସେହି ପାଣିକୁ ଚାଷ କାର୍ଯ୍ୟରେ ଉପଯୋଗ କରିବାକୁ ଜମିକୁ କେନାଲ୍‌ କରିବା ପାଇଁ ଗାଁ ଲୋକେ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଗରିବ ଆସିବାସୀଙ୍କ ଅଭିଯୋଗ କେହି ଶୁଣିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ କେନାଲ୍‌ ଖୋଳିବା ପାଇଁ ଅଣ୍ଟା ଭିଡିଲେ ଗାଁ ଲୋକେ। ନିଜେ ଶ୍ରମ ଦାନ କରି ତିଆରି କଲେ କେନାଲ। ପ୍ରାୟ ୧୫ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଗାଁ ଲୋକେ ଦୁଇ କିମି ଲମ୍ୱର କେନାଲ୍‌ ତିଆରି କଲେ। ଏବେ ଚାଷ ଜମିରେ ପହଞ୍ଚୁଛି କୁଟ୍ରୁଝିରି ଝରଣାର ନିର୍ମଳ ପାଣି। ସେହି ପାଣିକୁ ଗାଁ ଲୋକେ ସଂଗ୍ରହ କରି ଚାଷ ଓ ଘରୋଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଖରା ଦିନରେ ଯେଉଁଠି ଚାଷ ଜମିରେ ବିଲୁଆ ଡେଉଁଥିଲା, ସେଠାରେ ଆଜି ସବୁଜିମା ଲହଡି ମାରୁଛି। ଗାଁ ଲୋକେ ପନିପରିବା ଚାଷ କରି ବେଶ୍‌ ଖୁସିରେ ଅଛନ୍ତି।

Advertisment
Villagerପାହାଡ଼ର ପାଦ ଦେଶରେ ବସିଛି ଗାଁ

ଗାଁ ଜଣେ ବ୍ୟକ୍ତି ବେଣୁଧର ମାଝୀ କହିଛନ୍ତି-“ପାଣି ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ ବହୁ ନେହୁରା ଗୁହାରୀ ହେଲୁ। ହେଲେ ଆମକଥା କେହି ଶୁଣିଲେ ନାହିଁ। ଶେଷରେ ଆମେ ସମସ୍ତେ ମିଶି କେନାଲ ଖୋଳିଲୁ। ଏବେ ଗାଁକୁ ପାଣି ଆସୁଛି। ଚାଷ ବାସ କରୁଛୁ। ବହୁତ ଖୁସି ଲାଗୁଛି। ଆଗକୁ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ କେନାଲ୍‌ ତିଆରି କଲେ ଭଲ ହୋଇଥାଆନ୍ତା ବୋଲି ଶ୍ରୀ ମାଝୀ କହିଛନ୍ତି।

ଶିବ ମାଝୀ କହିଛନ୍ତି, ଚାଷ ବାସ ପାଇଁ ବହୁ ଅସୁବିଧା ହେଉଥିଲା। ଗାଁ ଲୋକ ମିଶି ଗୋଟିଏ କେନାଲ ଖୋଳିଥିଲୁ। ଏବେ ପାଣି ପାଉଛୁ। ଭଲ ଚାଷ ହେଉଛି ବୋଲି ଶିବ ମାଝୀ କହିଛନ୍ତି।

କାଶିପୁର ବିଡିଓ ମନିସା ଦାସ କହିଛନ୍ତି, ଏନେଇ କୌଣସି ଅଭିଯୋଗ ପାଇନାହିଁ। ଏବେ ଶୁଣିବାକୁ ପାଇଲି। ଏହି ପ୍ରକଳ୍ପ ନେଇ ଯଦି କାର୍ଯ୍ୟ ଖସଡ଼ା ମଞ୍ଜୁର ହୋଇଥିବ, ତାହାହେଲେ ଖୁବ୍‌ଶୀଘ୍ର କାମ ଆରମ୍ଭ କରାଯିବ। ଯଦି କାର୍ଯ୍ୟ ଖସଡ଼ାକୁ ଅନୁମତି ମିଳିନଥିଲେ, ତାହାହେଲେ କିଛି ବ୍ୟବସ୍ଥା କରାଯିବ ବୋଲି ବିଡିଓ କହିଛନ୍ତି।

ରିପୋର୍ଟ-କଲ୍ୟାଣସିଂହପୁରରୁ ରାଜେଶ କୁମାର ପାତ୍ର

Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe