Advertisment

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିବା ବେଳେ ଜଳିଗଲେ ଯୁବକ

ମଧ୍ୟାହ୍ନରେ ରନ୍ଧାରନ୍ଧି ସରିନଥିବା ବେଳେ ଦେବେନ୍ଦ୍ର ଓ ତାଙ୍କର ଦୁଇ ସାଥୀ ଭାଲୁମାସ୍କା ରେଳ ଷ୍ଟେସନରେ ଛିଡ଼ା ହୋଇ ହୋଇଥିବା ମାଲ୍‌ ଗାଡ଼ି ଉପରେ ଠିଆ ହୋଇ ସେଲ୍‌ଫି ନେଉଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Bhalumaska Railway Station

Bhalumaska Railway Station

ମାଲ୍‌ ବୋଝେଇ ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିବା ବେଳେ ଜଳିଗଲେ ଯୁବକ। ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଭାଲୁମାସ୍କା ରେଳ ଷ୍ଟେସନରେ ଘଟିଛି।

Advertisment

କାଶୀପୁର ବ୍ଲକ୍‌ ବର୍ତ୍ତିବାଲି ଗାଁର ଦେବେନ୍ଦ୍ର ନାୟକ ଓ ତାଙ୍କ ସାଥୀମାନେ ଭାଲୁମାସ୍କା ଗାଁରେ ଆୟୋଜିତ ଭୋଜିରେ ଯୋଗଦେବାକୁ ଯାଇଥିଲେ। ମଧ୍ୟାହ୍ନରେ ରନ୍ଧାରନ୍ଧି ସରିନଥିବା ବେଳେ ଦେବେନ୍ଦ୍ର ଓ ତାଙ୍କର ଦୁଇ ସାଥୀ ଭାଲୁମାସ୍କା ରେଳ ଷ୍ଟେସନରେ ଛିଡ଼ା ହୋଇ ହୋଇଥିବା ମାଲ୍‌ ଗାଡ଼ି ଉପରେ ଠିଆ ହୋଇ ସେଲ୍‌ଫି ନେଉଥିଲେ। ଠିକ୍‌ ସେହି ସମୟରେ ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା। ଯେଉଁଥିପାଇଁ ଦେବେନ୍ଦ୍ର ୨୫ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ପୋଡ଼ି ଯାଇଥିଲେ। ତାଙ୍କର ଦୁଇ ସାଥୀ ଗୁରୁତର ଆହତ ହୋଇଥିଲେ।

ଗୁରୁତର ଆହତ ହୋଇଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁମାସ୍କା ରେଳ ଷ୍ଟେସନ ମାଷ୍ଟର ଓ ରେଳବାଇ ପୁଲିସ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Accident Rayagada Railway