Advertisment

ଆର୍‌ଡି ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିଦେଲେ ଦୁଇ ଯୁବକ!

ଯାଜପୁର/କରଞ୍ଜିଆ(ଗୁଲାମ ଗସ୍‌/ଦୀପକ ମହାନ୍ତ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଦେଲେ ଦୁଇ ଯୁବକ। ଆଜି ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି। ଯାହା ସିସିଟିଭିରେ କଏଦ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ। […]

ଅଦ୍ୟତନ ହୋଇଛି
ଆର୍‌ଡି ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିଦେଲେ ଦୁଇ ଯୁବକ!

bbsr

Advertisment

ଯାଜପୁର/କରଞ୍ଜିଆ(ଗୁଲାମ ଗସ୍‌/ଦୀପକ ମହାନ୍ତ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଦେଲେ ଦୁଇ ଯୁବକ। ଆଜି ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି। ଯାହା ସିସିଟିଭିରେ କଏଦ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପୂରା ଘଟଣା ଏମିତି। ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ। କରୋନା ପାଇଁ ହଷ୍ଟେଲ୍‌ ବନ୍ଦ ଥିବାରୁ ସେ ଘରକୁ ପଳାଇ ଯାଇଥିଲେ।

ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ତା’ପର ଦିନ ଅର୍ଥାତ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍‌ରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ରମାକାନ୍ତ ତାଙ୍କ ଝିଅ ଝରାଫୁଲକୁ ଫୋନ୍‌ କରିଥିଲେ। ଫୋନ୍‌ ରିସିଭ୍‌ କରି ଦେହ ଭଲ ନାହିଁ, ସାଙ୍ଗ ଘରେ ରହିଛି ବୋଲି କହିଥିଲେ ଝରାଫୁଲ। ତା’ପରଠାରୁ ଝରାଫୁଲଙ୍କ ମୋବାଇଲ୍‌ ବନ୍ଦ ରହିଛି। ତାଙ୍କ ପତ୍ତା ପାଉନଥିଲେ ପରିବାର ଲୋକ।

Advertisment

ଆଜି ସକାଳ ୮ରୁ ସାଡ଼େ ୮ଟା ବେଳେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁଆଖିଆ ପୁଲିସ ଓ  ଯାଜପୁରରୋଡ୍‌ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଝଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ପାଖରେ ପଡ଼ିଥିବା ବ୍ୟାଗରେ ଝରାଫୁଲଙ୍କ ପୂରା ପରିଚୟ ଥିଲା। ଏହା ପରେ ପୁଲିସ ଝରାଫୁଲଙ୍କ ବାପାଙ୍କ ସହିତ ଯୋଗାଯୋଗ କରିଥିଲା। ତାଙ୍କ ବାପା ଆସିବା ପରେ ଝିଅର ମୃତଦେହ ଚିହ୍ନିଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ ଏହା ପଛରେ କାହାର ହାତ ରହିଛି, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ରମାଦେବୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପ୍ରତିକ୍ରିୟା ରଖିଲେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ। ସେ କହିଛନ୍ତି, କୋଭିଡ୍‌ ପାଇଁ ମାର୍ଚ୍ଚ ମାସରୁ ସମସ୍ତ ହଷ୍ଟେଲ ବନ୍ଦ ଥିଲା। ନିକଟରେ ଫାଇନାଲ ବର୍ଷ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିଥିଲା। ଘରୁ ମିଛ କହି ଆସି ଥାଇ ପାରନ୍ତି, ତଦନ୍ତ ହେଉ, ସହଯୋଗ କରିବୁ ବୋଲି କୁଳପତି କହିଛନ୍ତି।

Jharaphula Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe