୨ମାସରେ ୨୮ଶହ ଲୋକ ସୀମା ଡେଇଁ ବାଲେଶ୍ୱରରେ ପଶିଛନ୍ତି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲ  ଆଜି ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟେନମେଣ୍ଟ  ଜୋନ୍‌ ସମ୍ପର୍କରେ ତଦାରଖ କରିବା ସହ କଣ୍ଟା ଟ୍ରେସିଂ କିଭଳି ହେଉଛି ସେ ନେଇ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପ୍ରସ୍ତୁତ ପାଇଁ ଅଧିକାରୀଙ୍କୁ କୁହାଯାଇଛି।  ଏହାସହ କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ସାମ୍ପଲ୍ ଟେଷ୍ଟ ହେବା ନେଇ ମଧ୍ୟ ଆଲୋଚନା କରାଯାଇଛି। ତେବେ ବାଲେଶ୍ୱର ସ୍ଥିତି ସମୀକ୍ଷା ପରେ […]

RDC

RDC

Jyoshna Pradhan
  • Published: Tuesday, 21 April 2020
  • Updated: 21 April 2020, 12:39 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲ  ଆଜି ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟେନମେଣ୍ଟ  ଜୋନ୍‌ ସମ୍ପର୍କରେ ତଦାରଖ କରିବା ସହ କଣ୍ଟା ଟ୍ରେସିଂ କିଭଳି ହେଉଛି ସେ ନେଇ ଆଲୋଚନା କରିଛନ୍ତି।

ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପ୍ରସ୍ତୁତ ପାଇଁ ଅଧିକାରୀଙ୍କୁ କୁହାଯାଇଛି।  ଏହାସହ କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ସାମ୍ପଲ୍ ଟେଷ୍ଟ ହେବା ନେଇ ମଧ୍ୟ ଆଲୋଚନା କରାଯାଇଛି।

ତେବେ ବାଲେଶ୍ୱର ସ୍ଥିତି ସମୀକ୍ଷା ପରେ ଆରଡିସି ଅନୀଲ ସାମଲ  କହିଛନ୍ତି,“ ପଡ଼ୋଶୀ ରାଜ୍ୟରେ କାମ କରୁଥିବା ପ୍ରାୟ  ୨୮ ଶହରୁ ଅଧିକ ଲୋକ ସୀମା ଡେଇଁ ବାଲେଶ୍ୱରକୁ ଗତ ୨ ମାସ ଭିତରେ ପଶି  ଆସିଛନ୍ତି। ଲକ୍‌ଡାଉନ୍ ପରେ ମଧ୍ୟ କିଛି ଲୋକ ପଶି ଆସିଥିବା ଜଣାପଡ଼ିଛି। ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ୱାରା ଡାଟା ପ୍ରସ୍ତୁତ କରାଯାଇଛି। ସେ ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି। ୧୪ ଦିନ ଭିତରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ।”

ସେ ଆହୁରି କହିଛନ୍ତି,“ ପଶ୍ଚିମବଙ୍ଗ ସହ ଆମର ପ୍ରାୟ ୧୦୦ କିମି ସୀମା ରହିଛି। ସୀମା ସିଲ୍ ସତ୍ତ୍ୱେ ବହୁ ଲୋକ କୌଶଳ କରି ଚାଲି ଆସିଛନ୍ତି। କିଛି ଲୋକ ରାତିରେ ବିଲରେ ପଶି ଚାଲି ଆସିଥିବା ଜଣାପଡ଼ିଛି। ଆଉ କିଛି ଲୋକ ଆମ୍ବୁଲାନ୍ସରେ ବି ପଳାଇ ଆସିଥିବା ସୂଚନା ଅଛି। ସେମାନଙ୍କୁ ଠାବ କରି କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି। ବେଆଇନ ପରିବହନ କରିଥିବା ଆମ୍ବୁଲାନ୍ସ ପ୍ରତି ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।”

କେନ୍ଦ୍ରାଞ୍ଚଳ RDCଙ୍କ ସହ ଜିଲ୍ଲାପାଳ, SP ଓ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ  ବୈଠକରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆଜି  ଚି଼ହ୍ନଟ  ହୋଇଥିବା ୫ ନୂଆ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି। ଫଳରେ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତକାଲି ବାଲେଶ୍ୱର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ଥିବା ଜଣାଯାଇଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos