Advertisment

ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ରି-ପୋଲ୍ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏହି ଏନ୍‌ଏସିର ବୁଥ୍‌ ନମ୍ବର ୩ (ୱାର୍ଡ ନମ୍ବର ୨), ବୁଥ୍‌ ନମ୍ବର ୮,୯ (ୱାର୍ଡ ନମ୍ବର ୫), ବୁଥ୍ ନମ୍ବର ୧୬ (ୱାର୍ଡ ନମ୍ବର ୯) ଓ ବୁଥ୍ ନମ୍ବର ୧୭, ୧୮ (ୱାର୍ଡ ନମ୍ବର ୧୦)ରେ ଭୋଟ୍ ଗ୍ରହଣ କରାଯିବ। ସକାଳ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସରିଲା ପ୍ରଚାର, ଶନିବାର ଦୁଇଟି ରାଜ୍ୟରେ ମତଦାନ

evm

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏହି ଏନ୍‌ଏସିର ବୁଥ୍‌ ନମ୍ବର ୩ (ୱାର୍ଡ ନମ୍ବର ୨), ବୁଥ୍‌ ନମ୍ବର ୮,୯ (ୱାର୍ଡ ନମ୍ବର ୫), ବୁଥ୍ ନମ୍ବର ୧୬ (ୱାର୍ଡ ନମ୍ବର ୯) ଓ ବୁଥ୍ ନମ୍ବର ୧୭, ୧୮ (ୱାର୍ଡ ନମ୍ବର ୧୦)ରେ ଭୋଟ୍ ଗ୍ରହଣ କରାଯିବ। ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଏହା ପରେ ୬ ତାରିଖରେ ଭୋଟ୍ ଗଣତି ହେବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

Advertisment

ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ଏହି ସବୁ ବୁଥ୍‌ରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା କାରଣରୁ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ତେଣୁ ୨୫ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଧାମନଗର ଏନ୍‌ଏସିର ସମସ୍ତ ୱାର୍ଡର କାଉନ୍‌ସିଲର ଓ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗଣତିକୁ ବାତିଲ କରି ଦେଇଥିଲେ।

ସୂଚନାଯୋଗ୍ୟ,୧୦୫ଟି ମ୍ୟୁନିସିପାଲିଟି ଓ ଏନ୍‌ଏସିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ସେଥିରୁ ୭୩ଟି ବିଜେଡି ହାତେଇଥିବା ବେଳେ ବିଜେପିକୁ ମିଳିଛି ୧୬ଟି ଆସନ। କଂଗ୍ରେସକୁ ୭ଟିର ଅଧ୍ୟକ୍ଷ ପଦ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୯ଟି ଅଧ୍ୟକ୍ଷ ପଦ ହାତେଇଛନ୍ତି। ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ହୋଇଥିବା ମେୟର ନିର୍ବାଚନରେ ବିଜେଡି ମାରିଛି ବାଜି।

Advertisment
Odisha Municipal Election 2022