Advertisment

ପଦ୍ମ ପୁରସ୍କାର ପରେ ପ୍ରତିଭାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟ ସାଧକ ମନୋଜ ଦାସ ପଦ୍ମ ଭୂଷଣ ପାଇଁ ମନୋନୀତ ହେବାପରେ ପ୍ରାଥମିକ ପ୍ରତିକ୍ରିୟାରେ ପାଠକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଏହା ସମ୍ମାନ ଯେକୌଣସି ଲେଖକଙ୍କ ପାଇଁ ଖୁସିର କଥା। ତେବେ ଏହାପଛରେ ପାଠକଙ୍କ ଶୁଭେଚ୍ଛାର ସ୍ୱତନ୍ତ୍ର ସ୍ଥାନ ରହିଛି। ସାନ୍ତାଳି ସାହିତ୍ୟ ପାଇଁ ଦମୟନ୍ତି ବେଶ୍ରାଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। ସେ କହିଛନ୍ତି-“ସାନ୍ତାଳି ସାହିତ୍ୟା ପାଇଁ ଏହି ସମ୍ମାନ ମିଳିଛି। ଏହା କେବଳ ଓଡ଼ିଶା ନୁହେଁ, ମୟୂରଭଞ୍ଜ ଜିଲ୍ଲାର ଗର୍ବ। […]

author-image
Subrat Kumar Nayak
ପଦ୍ମ ପୁରସ୍କାର ପରେ ପ୍ରତିଭାଙ୍କ ପ୍ରତିକ୍ରିୟା

manoj-das

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟ ସାଧକ ମନୋଜ ଦାସ ପଦ୍ମ ଭୂଷଣ ପାଇଁ ମନୋନୀତ ହେବାପରେ ପ୍ରାଥମିକ ପ୍ରତିକ୍ରିୟାରେ ପାଠକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଏହା ସମ୍ମାନ ଯେକୌଣସି ଲେଖକଙ୍କ ପାଇଁ ଖୁସିର କଥା। ତେବେ ଏହାପଛରେ ପାଠକଙ୍କ ଶୁଭେଚ୍ଛାର ସ୍ୱତନ୍ତ୍ର ସ୍ଥାନ ରହିଛି।

Advertisment

ସାନ୍ତାଳି ସାହିତ୍ୟ ପାଇଁ ଦମୟନ୍ତି ବେଶ୍ରାଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। ସେ କହିଛନ୍ତି-“ସାନ୍ତାଳି ସାହିତ୍ୟା ପାଇଁ ଏହି ସମ୍ମାନ ମିଳିଛି। ଏହା କେବଳ ଓଡ଼ିଶା ନୁହେଁ, ମୟୂରଭଞ୍ଜ ଜିଲ୍ଲାର ଗର୍ବ। ମୁଁ ଓଡ଼ିଆ ଓ ସାନ୍ତାଳି ଭାଷା ପାଇଁ ଯେତିକି ପରିଶ୍ରମ କରିଛି, ଏବେ ତାହାଠାରୁ ଅଧିକ କରିବି।”

ସେହିଭଳି ନୟାଗଡ଼ ଜିଲ୍ଲା ରଙ୍ଗଣୀପାଟଣା ଜନ୍ମିତ ପ୍ରଫେସର ରାଧାମୋହନ କହିଛନ୍ତି,“ସରକାର ପୁରସ୍କାର ଦେଇ ଜୈବିକ କୃଷି ସ୍ୱୀକୃତ୍ତି ଦେଲେ। ଏହା ପରେ ଜୈବିକ କୃଷିକୁ ଅଧିକ ପ୍ରାଧାନ୍ୟ ଦେବେ। ଆଗାମୀ ଦିନରେ ଏହି କାମକୁ ଆଗକୁ ନେବି। ମୁଁ କାମ କରିଚାଲିଛି, କିନ୍ତୁ କୌଣସି ପୁରସ୍କାର ପାଇବି ବୋଲି ଆଶା କରିନଥିଲି।” ତାଙ୍କ ସହ ଯୁଗ୍ମଭାବେ ଏହି ପୁରସ୍କାର ପାଇଥିବା ଝିଅ ସାବରମତୀ କହିଛନ୍ତି, ସେ ପୁରସ୍କାର ନୁହେଁ ପ୍ରକୃତିକୁ ଭଲ ପାଆନ୍ତି।

Advertisment

ଉତ୍ସବ ଚରଣ ଦାସ କହିଛନ୍ତି,“ପଦ୍ମଶ୍ରୀ ସମ୍ମାନ ମିଳିଥିବା ବହୁ ଖୁସି ଲାଗୁଛି। ଷ୍ଟେନୋଗ୍ରାଫର ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲି। ପରବର୍ତ୍ତୀ ସମୟରେ ଚାକିରି ଛାଡ଼ି ଘୋଡା ନାଚକୁ ପେସା କରିଥିଲେ।

ଜମ୍ମୁ-କଶ୍ମୀରକୁ ଛାଡ଼ିଦେଲେ ସମଗ୍ର ଭାରତବର୍ଷ ଘୋଡ଼ା ନାଚ ପରିବେଷଣ କରିଛନ୍ତି। କିନ୍ତୁ ଏହି ଘୋଡ଼ା ନାଚରେ ଆଧୁନିକତାର ଛାପ ଲାଗି ନାହିଁ। ପାରମ୍ପରିକ ବାଦ୍ୟ ମାଧ୍ୟମରେ ଘୋଡା ନାଚ ପରିବେଷଣ କରିଛି। ବିଦେଶରେ ଘୋଡ଼ା ନାଚ ପରିବେଷଣ କରିବାକୁ ଜୀବନରେ ପ୍ରଥମ ଲକ୍ଷ୍ୟ।”