Advertisment

ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ଡେମୋ ଦେଖାଇଲା ଗୋବିନ୍ଦ

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଦେଖାଇଛି ଡେମୋ। ଆଜି ଭୋରରେ ତାକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ଡେମୋ ଦେଖାଇଲା ଗୋବିନ୍ଦ

Scene Recreation

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଦେଖାଇଛି ଡେମୋ। ଆଜି ଭୋରରେ ତାକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତୀନ କୁଶଲକର ସେଠାରେ ଉପସ୍ଥିତ ଥିଲେ।

Advertisment

ସେହିପରି ଯେଉଁ ସ୍ଥାନରେ ଗୋବିନ୍ଦ ସାହୁ କାର୍‌ରେ ମମିତାଙ୍କୁ ତଣ୍ଟି ଚିପି ମାରିଥିଲା, ସେଠାରେ ବି ସିନ୍ ରିକ୍ରିଏସନ୍ କରାଯାଇଥିଲା।ଚାନ୍ଦୋତରା ଛକରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ କ୍ରାଇମ୍ ସିନ୍‌ ରିକ୍ରିଏସନ୍ କରାଯାଇଥିଲା।

ଗତକାଲି ମହାଲିଙ୍ଗ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଖାନ୍‌ତଲାସୀ କରାଯାଇଥିଲା। ଯେଉଁଠି ମମତାଙ୍କୁ ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ଖୋଳାଖୋଳି କରାଯାଇଥିଲା। ସେହି ସ୍ଥାନରୁ ମୋବାଇଲ୍ ଭଳି କିଛି ଜିନିଷ ମିଳିଥିବା କୁହାଯାଉଛି। ଏହି ସମୟରେ ମଧ୍ୟ ଉତ୍ତରାଞ୍ଚଳ ଡିଆଇଜି ଓ ଏସ୍‌ପି ଉପସ୍ଥିତ ଥିଲେ। ପରେ ସେମାନେ ସନ୍‌ସାଇନ୍ ସ୍କୁଲ୍‌ର ଗର୍ଲସ ହଷ୍ଟେଲ ଯାଇ ଯାଞ୍ଚ କରିଥିଲେ।

Advertisment

ଅନ୍ୟପକ୍ଷରେ ଗତକାଲି ଏହି ହତ୍ୟାକାଣ୍ଡ ମାମଲାରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କ ନାଁ ରାଧେ। ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ସହଯୋଗ କରିଥିଲା ବୋଲି ଜଣାପଡ଼ିଛି। ସେହିପରି ଏହି ଘଟଣାରେ ପୁଲିସ୍ ଅଟକ ରଖିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଡି ରାଜସାକ୍ଷୀ ହେବେ ବୋଲି ପୁଲିସ୍ କହିଛି।

ସୂଚନାଯୋଗ୍ୟ, ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ସଭାପତି ଗୋବିନ୍ଦ ସାହୁର ପରକୀୟା ପ୍ରୀତି ବିଷୟରେ ମମିତା ମେହେର ଜାଣିଥିଲେ। ସେ ଏହାକୁ ପ୍ରଘଟ କରି ଦେବେ ବୋଲି ଗୋବିନ୍ଦଙ୍କୁ ଧମକ ଦେଇଥିଲେ। ତେଣୁ ଯୋଜନାବଦ୍ଧ ଭାବେ ଗୋବିନ୍ଦ ତାଙ୍କୁ ହତ୍ୟା କରିଥିବା ଜେରା ବେଳେ ପ୍ରକାଶ କରିଥିଲା।

Mamita Meher Murder Case