Advertisment

OSCB : ଅଢ଼େଇ ବର୍ଷ ପରେ ୧.୮୬ଲକ୍ଷ ଟଙ୍କା ଫେରାଇଲେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି, କାର୍ଯ୍ୟାନୁଷ୍ଠାନ ଶୂନ୍‌

ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଶାସନିକ ଚାପ ଓ ଆଇନଗତ ବିବାଦ ମଧ୍ୟରେ ଶ୍ରୀ ଦୋରା ଉକ୍ତ ଅର୍ଥରାଶି ଫେରସ୍ତ କରିଥିଲେ ମଧ୍ୟ ଏହା ରାଜ୍ୟ ସମବାୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ରାଜନୀତିକ ହସ୍ତକ୍ଷେପ ଓ ପ୍ରଶାସନିକ ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

author-image
Prakash Sethi
OSCB

OSCB Notice(above) and Refund Check(Bleow)

ବିଦେଶ ଗସ୍ତ ପାଇଁ ନେଇଥିବା ବ୍ୟାଙ୍କ ତହବିଲରୁ ନେଇଥିବା ଟଙ୍କାକୁ ଶେଷରେ ଫେରାଇଛନ୍ତି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ତଥା ବିଜେଡି ନେତା ଟି.ପ୍ରସାଦ ରାଓ ଦୋରା । ଦୀର୍ଘ ପ୍ରାୟ ଅଢ଼େଇବର୍ଷ ପରେ ଶ୍ରୀ ଦୋରା ଏହି ୧ଲକ୍ଷ ୮୬ହଜାର ୫୫୫ଟଙ୍କାକୁ ଗତ ସପ୍ତାହରେ ନଭେମ୍ବର ୧୪ତାରିଖରେ ଚେକ୍ ଆକାରରେ ଫେରସ୍ତ କରିଥିବା ଜଣାପଡ଼ିଛି। ୨୦୨୩ ଜୁଲାଇ ମାସରେ ବେଲଜିୟମ ଗସ୍ତ ସମୟରେ ବ୍ୟାଙ୍କ ତହବିଲରୁ ଅନଧିକୃତ ଭାବେ ନିଜର ଦୈନିକ ଭତ୍ତା ବାବଦରେ ସେ ଏହି ଟଙ୍କା ନେଇଥିଲେ ବୋଲି ଜଣାପଡ଼ିଛି ।

Advertisment

ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଶାସନିକ ଚାପ ଓ ଆଇନଗତ ବିବାଦ ମଧ୍ୟରେ ଶ୍ରୀ ଦୋରା ଉକ୍ତ ଅର୍ଥରାଶି ଫେରସ୍ତ କରିଥିଲେ ମଧ୍ୟ ଏହା ରାଜ୍ୟ ସମବାୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ରାଜନୀତିକ ହସ୍ତକ୍ଷେପ ଓ ପ୍ରଶାସନିକ ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଦେଶ ଗସ୍ତରେ ଅନଧିକୃତ ଭତ୍ତା: ଅଢ଼େଇବର୍ଷ ପରେ ଫେରାଇଲେ, ଆକ୍ସନ ଶୂନ୍‌

ରାଜ୍ୟ ସରକାରଙ୍କ ବ୍ୟାଙ୍କିଙ୍ଗ୍ ସଂସ୍ଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ର ସଭାପତି ଭାବେ କାର୍ଯ୍ୟରତ ବିଜେଡି ନେତା ଶ୍ରୀ ଦୋରା ୨୦୨୩ ଜୁଲାଇ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ବେଲଜିୟମରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଇଥିଲେ । ଏଥିପାଇଁ ସମସ୍ତ ଆବଶ୍ୟକ ଖର୍ଚ୍ଚ ମଧ୍ୟ ମିଳିଥିଲା । କିନ୍ତୁ ସେ ନିଜେ ବ୍ୟାଙ୍କ ସଭାପତି ଥିବାରୁ ତା’ର ଫାଇଦା ଉଠାଇ ଏହି ୪ଦିନର ଦୈନିକ ଭତ୍ତା ବାବଦରେ ୧.୮୬ଲକ୍ଷ ଟଙ୍କା ବ୍ୟାଙ୍କ ତହବିଲରୁ ନେଇଯାଇଥିଲେ । ତେବେ ଶ୍ରୀ ଦୋରାଙ୍କ ଏହି ଅନିୟମିତତା ରାଜ୍ୟ ସମବାୟ ସମିତିର ରେଜିଷ୍ଟ୍ରାରଙ୍କ ୨୦୨୪ ସେପ୍ଟେମ୍ବର ମାସରେ ଅଡିଟ୍ ରିପୋର୍ଟରେ ଧରାପଡ଼ିବା ପରେ ତୁରନ୍ତ ଉକ୍ତ ଟଙ୍କା ଫେରସ୍ତ କରିବା ନିମନ୍ତେ ତାଙ୍କୁ  ନିର୍ଦ୍ଦେଶ ଦିଆଯାଇଥିଲା ।

Advertisment

କିନ୍ତୁ ସେ ଏହି ନିର୍ଦ୍ଦେଶକୁ ଏକ ବର୍ଷରୁ ଅଧିକ ସମୟ ଧରି ଅଣଦେଖା କରି ଚାଲିଲେ । ଏପରିକି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଗତ ଅଗଷ୍ଟ ୧୮ତାରିଖରେ ତାଙ୍କୁ ଚିଠି ଲେଖି ତୁରନ୍ତ ଏହି ଟଙ୍କା ଫେରସ୍ତ କରିବାକୁ କହିଥିଲେ । ତେବେ ପ୍ରାୟ କିଛିମାସର ଛକାପଞ୍ଝା ପରେ ସେ ନଭେମ୍ବର ୧୪ତାରିଖରେ ଏହି ଟଙ୍କା ଫେରସ୍ତ କରିଥିବା ଜଣାପଡ଼ିଛି । ଏତେଦିନ ଧରି ମନମୁଖୀ କିଭଳି ଶ୍ରୀ ଦୋରା ବ୍ୟାଙ୍କ ଟଙ୍କାକୁ ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଉପଯୋଗ କରିଥିଲେ ଓ ସରକାର କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । 

ରାଜନୈତିକ ସୁରକ୍ଷା ଓ ବିନିଯୋଗ କମିଟିର ମୁଖ୍ୟ

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶ୍ରୀ ଦୋରାଙ୍କୁ ୨୦୨୪ ଅଗଷ୍ଟ ୯ତାରିଖରେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ପଦରୁ ହଟାଇ ଦେଇଥିଲେ । ମାତ୍ର  ହାଇକୋର୍ଟରେ ରାଜ୍ୟ ସରକାର ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବାରେ ବିଫଳ ହେବାପରେ କୋର୍ଟଙ୍କ ଆଦେଶ ବଳରେ ନିଜର ପଦ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଏବେବି ବ୍ୟାଙ୍କର ବିନିଯୋଗ କମିଟି ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସମବାୟ ବ୍ୟାଙ୍କର ଅର୍ଥ ଅନ୍ୟତ୍ର ବିନିଯୋଗ କରିବା ନିଷ୍ପତ୍ତି ଏହି କମିଟି ନେଇଥାଏ । ଯଦିଓ ରାଜ୍ୟର ସର୍ବୋଚ୍ଚ ସମବାୟ ବ୍ୟାଙ୍କର ଆର୍ଥିକ ନିଷ୍ପତ୍ତିି ନେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ଜଣେ ରାଜନୈତିକ ବ୍ୟକ୍ତି ରହିବା ଆଇନସମ୍ମତ ନୁହେଁ ବୋଲି ନାବାର୍ଡ଼ର ଅଡିଟ୍ ରିପୋର୍ଟ ସ୍ପଷ୍ଟ ଭାବରେ ଦର୍ଶାଇଛି । ତଥାପି ଆର୍ଥିକ ଅନିୟମିତତା ଅଭିଯୋଗ ଥିବା ଜଣେ ବ୍ୟକ୍ତି ଏହି ସମ୍ବେଦନଶୀଳ ପଦବୀରେ ରହିବା ସିଧାସଳଖ ବ୍ୟାଙ୍କର ପରିଚାଳନା ଓ ସମବାୟ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।