Advertisment

‘ପରିବାର ନୁହେଁ, କେବଳ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭ ହେବ କରୋନା ଟିକାକରଣ। ଏହି ଟିକାକରଣରେ ଓଡ଼ିଶା ମଧ୍ୟ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ମାତ୍ର ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରିବାରକୁ ମିଳିବନି ଟିକା। ଏନେଇ ସ୍ପଷ୍ଟ କଲେ SCB ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ସେ କହିଛନ୍ତି-“କରୋନା ଟିକା ଦିଆଯାଇ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ […]

ଅଦ୍ୟତନ ହୋଇଛି
‘ପରିବାର ନୁହେଁ, କେବଳ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା’

jayant-panda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭ ହେବ କରୋନା ଟିକାକରଣ। ଏହି ଟିକାକରଣରେ ଓଡ଼ିଶା ମଧ୍ୟ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ମାତ୍ର ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରିବାରକୁ ମିଳିବନି ଟିକା। ଏନେଇ ସ୍ପଷ୍ଟ କଲେ SCB ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା।

Advertisment

ସେ କହିଛନ୍ତି-“କରୋନା ଟିକା ଦିଆଯାଇ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ ରଖାଯିବ। ପରେ ତାଙ୍କ ପରିବାର ଲୋକଙ୍କୁ ସାମିଲ କରାଯିବ। କରୋନା ଟିକା ନିରାପଦ ଓ ଫଳପ୍ରଦ। ଟିକା ନେବା ଇଚ୍ଛାଧୀନ। ଏହା ବାଧ୍ୟତାମୂଳକ ନୁହେଁ। ଯଦି ଆମେ କୋଭିଡ୍‌ ଟିକା ନେବା, ତାହାହେଲେ କରୋନାକୁ ବହୁ ରୋକି ପାରିବା।”

ଡାକ୍ତର ପଣ୍ଡା ଆହୁରି କହିଛନ୍ତି-“କରୋନା ଟିକା ପର୍ଯ୍ୟାୟକ୍ରମେ ଦେବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନେ କରୋନା ଭୂତାଣୁ ସଂସ୍ପର୍ଶରେ ସିଧାଶଳଖ ଆସୁଛନ୍ତି ଯଥା କୋଭିଡ୍‌ ଯୋଦ୍ଧା ଓ ବୟସ୍କ ଯେଉଁମାନେ ଶାରୀରିକ ଅସୁସ୍ଥ, ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏମାନଙ୍କ ପରେ ଅନ୍ୟମାନଙ୍କୁ ଟିକା ଦିଆଯିବ। ଯେଉଁମାନେ ଟିକା ନେବେ, ତା’ର ୨୮ ଦିନ ପରେ ସେହି ଟିକାର ୨ୟ ଡୋଜ ନେବେ। ଟିକା ପାଇଁ ପଂଜୀକରଣ ଜରୁରୀ। ପଂଜୀକରଣ କଲେ ମେସେଜ ଆସିବ। ମୋବାଇଲରେ କେଉଁଠି, କେଉଁଦିନ ଟିକା ଦିଆଯିବ ସେହି ମେସେଜ ଆସିବ। ଆବଶ୍ୟକ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରୁ ଟିକା ନେଇହେବ।”

Advertisment

ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସମଗ୍ରରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍‌ ରନ୍‌ କରାଯାଇଥିଲା। ଏହା ସହିତ କେମିତି ଓ କେଉଁଠି ଟିକା ଦିଆଯିବ, ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe