Advertisment

ଲୋଭ ଦେଖାଇଲେ ନବୀନ, ଯିଏ ଆଗୁଆ ପ୍ୟାକେଜ୍‌ ନବ ତାକୁ ୧୦ ପ୍ରତିଶତ ବୋନସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ଉଚ୍ଛେଦ ଅଭିଯାନକୁ ନେଇ ବଢୁଥିବା ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ବାସଗୃହ ପାଇଁ ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ସାଙ୍ଗକୁ ବ୍ୟବସାୟୀମାନଙ୍କୁ ମଧ୍ୟ ୩ଟି ବର୍ଗ କରି ଥଇଥାନ ରାଶି ଘୋଷଣା ହୋଇଛି । ସେହିପରି ଉଚ୍ଛେଦ ମଠଗୁଡ଼ିକ ପାଇଁ ବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସ ବ୍ୟବସ୍ଥା […]

ଲୋଭ ଦେଖାଇଲେ ନବୀନ, ଯିଏ ଆଗୁଆ ପ୍ୟାକେଜ୍‌ ନବ ତାକୁ ୧୦ ପ୍ରତିଶତ ବୋନସ୍

cm1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ଉଚ୍ଛେଦ ଅଭିଯାନକୁ ନେଇ ବଢୁଥିବା ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ବାସଗୃହ ପାଇଁ ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ସାଙ୍ଗକୁ ବ୍ୟବସାୟୀମାନଙ୍କୁ ମଧ୍ୟ ୩ଟି ବର୍ଗ କରି ଥଇଥାନ ରାଶି ଘୋଷଣା ହୋଇଛି । ସେହିପରି ଉଚ୍ଛେଦ ମଠଗୁଡ଼ିକ ପାଇଁ ବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସ ବ୍ୟବସ୍ଥା ବି କରାଯାଇଛି।

Advertisment

ବିଶେଷ କରି ପୁରୀ ପାଇଁ ମେଗା ଥଇଥାନ ପ୍ୟାକେଜ ଘୋଷଣା କରାଯାଇଛି। ବାସଗୃହ, ମଠ, ଦୋକାନ, ଲଜ୍ ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ରାସ୍ତାରେ ଯାହା ବି ଭାଙ୍ଗିବ, ଅଧିଗୃହିତ ହେବ ସେସବୁ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ ବାସଗୃହ ଏଥିପାଇଁ ଅଧିଗୃହିତ ଅଞ୍ଚଳରେ ଥିବା ଘର ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ। ସ୍ଥାନନ୍ତରିତ ପରିବାରକୁ ପରିବହନ ଖର୍ଚ୍ଚ ବାବଦ ତୁରନ୍ତ ୫୦ ହଜାର ଟଙ୍କା ଏବଂ ଘର କିମ୍ବା ଜମି ପାଇବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଘରଭଡ଼ା ଦିଆଯିବ। ଏଥିସହିତ ପୁନର୍ବାସ ଯୋଜନାରେ ତିନିଟି ଇଚ୍ଛାଧିନ ସହାୟତା- ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା କିମ୍ବା ମନ୍ଦିରର ଦେଢ଼କିମି ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର  କିମ୍ବା ମନ୍ଦିରର ୨ କିମି ଭିତରେ ୪୦x୨୫ ଫୁଟର ଜାଗା ଏଭିତରୁ ଗୋଟିଏ ସହାୟତା ଦିଆଯିବ।

ସେହିପରି  ଦୋକାନ ଗୃହ ଅଧିଗ୍ରହଣ ସହାୟତା ବି ଘୋଷଣା ହୋଇଛି । ଏହା ଅନୁସାରେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମଧ୍ୟ ପରିବହନ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ଦିଆଯିବ। କ୍ଷତିଗ୍ରସ୍ତ ଦୋକାନ ଘର ପାଇଁ ମଧ୍ୟ ଦୁଇ ପ୍ରକାର ସହାୟତା ଘୋଷଣା ହୋଇଛି । ସାନ, ମଧ୍ୟମ, ବଡ଼ ଦୋକାନ ପାଇଁ ମାସିକ  ଭଡ଼ା ବାବଦକୁ  ଯଥାକ୍ରମେ ୫ ହଜାର ୧୦ ହଜାର ଓ ୧୫ ହଜାର ଦିଆଯିବ । କିମ୍ବା ପୁରୀର ବିଭିନ୍ନ ମାର୍କେଟ କଂପ୍ଲକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ। ଅପରପକ୍ଷେ ଲଜ୍ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା ହୋଇଛି। ୧୫୦୦ ବର୍ଗଫୁଟରୁ ଅଧିକ ଲଜ୍ ପାଇଁ ପୁନର୍ବାସ ଥଇଥାନ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ୩ ହଜାର ବର୍ଗଫୁଟ ବିଶିଷ୍ଟ ଲଜ୍ ପାଇଁ ୧୦ ଲକ୍ଷ, ୩ ହଜାର ବର୍ଗଫୁଟରୁ କମ ଲଜ୍ ପାଇଁ ୫ ଲକ୍ଷ ଏବଂ ପ୍ରତି ଲଜ୍‌କୁ ବର୍ଗଫୁଟ ପିଛା ମାସିକ ୨୫ ଟଙ୍କା ଲେଖାଏଁ ୧୮ ମାସ ଯାଏଁ ସହାୟତା ଦିଆଯିବ ।

Advertisment

ସେହିପରି ପୁନର୍ବାସ ସହାୟତାରେ ଲଜ୍ ମାଲିକମାନେ ବର୍ଗଫୁଟ ପିଛା ୨ ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା କିମ୍ବା ସେମାନେ ଚାହିଁଲେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ୩ ଶହ ମିଟର ଭିତରେ ୫୦x୩୦, ୫୦x୪୦, ୫୦x୬୦ ବର୍ଗଫୁଟର ଜାଗା ପାଇପାରିବେ। ଯେଉଁଥିରେ ଲଜ୍ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ସହାୟତା ମିଳିବ। ସେହିପରି ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏକକାଳିନ ୩୦ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି। ସୁରକ୍ଷିତ ଜୋନ୍ ମଧ୍ୟରେ ଥିବା ମଠ ପାଇଁ ବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସ ବ୍ୟବସ୍ଥା ମଧ୍ୟ କରାଯାଇଛି। ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବଦେବୀ ପୀଠର ସଂରକ୍ଷଣ, ଉଚ୍ଛେଦ ମଠର ପୁନର୍ବିନ୍ୟାସ ସମୟରେ ମଠ କୀର୍ତ୍ତିରାଜିର ସଂରକ୍ଷଣ ବ୍ୟବସ୍ଥା କରାଯିବ।

ଦୁଇଦିନର ବିରତି ପରେ କାଲିଠାରୁ ପୁଣି ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନ ଚାଲିବ। କାଲି ପାଳି ବଡ଼ ଆଖଡ଼ା ମଠର। ତେବେ କ୍ଷତିଗ୍ରସ୍ତମାନେ ନିଜ ଆଡ଼ୁ ଉଚ୍ଛେଦ କାର୍ଯ୍ୟରେ ସହହୋଗ କରି ୩୦ ଦିନ ଭିତରେ ସଂପତ୍ତି ହସ୍ତାନ୍ତର କରିବେ। ତାଙ୍କ ପାଇଁ ଲୋଭ ବି ଦେଖାଇଛନ୍ତି ସରକାର। ସେମାନଙ୍କ ପାଇଁ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦେବାକୁ ଘୋଷଣା ହୋଇଛି। ଅର୍ଥାତ ୩୦ ଦିନ ମଧ୍ୟରେ ଯିଏ ପ୍ୟାକେଜ ଗ୍ରହଣ କରିବେ ତାଙ୍କୁ ଅଧିକ ଅଧିକ ୧୦ପ୍ରତିଶତ ଅର୍ଥ ମିଳିବ ବୋଲି ପ୍ୟାକେଜ୍ ଘୋଷଣା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe