Advertisment

ମନୋଜ ଦାସ ପାଇବେ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଖ୍ୟାତ ସାହିତ୍ୟିକ ପ୍ରଫେସର ମନୋଜ ଦାସ ପାଇବେ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’। ଭାରତୀୟ ସାହିତ୍ୟକୁ ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାହିତ୍ୟ ସାଧନା ନିମନ୍ତେ ମନୋଜ ଦାସଙ୍କୁ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ଜାନୁଆରୀ ୬ ତାରିଖରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କନ୍‌ଭେନ୍‌ସନ୍‌ ସେଣ୍ଟରରେ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ-୨୦୧୯’ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି […]

ମନୋଜ ଦାସ ପାଇବେ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’

1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଖ୍ୟାତ ସାହିତ୍ୟିକ ପ୍ରଫେସର ମନୋଜ ଦାସ ପାଇବେ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’। ଭାରତୀୟ ସାହିତ୍ୟକୁ ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାହିତ୍ୟ ସାଧନା ନିମନ୍ତେ ମନୋଜ ଦାସଙ୍କୁ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ।

Advertisment

ଆସନ୍ତା ଜାନୁଆରୀ ୬ ତାରିଖରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କନ୍‌ଭେନ୍‌ସନ୍‌ ସେଣ୍ଟରରେ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ-୨୦୧୯’ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ସୂଚନା ଦେଇଛନ୍ତି। ପୁରସ୍କାର ସ୍ୱରୂପ ପ୍ରଫେସର ଦାସଙ୍କୁ ମାନପତ୍ର, ଉପଢୌକନ, ସ୍ୱର୍ଣ୍ଣପଦକ ସମେତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

କଳା, ସାହିତ୍ୟ ଓ ସମାଜସେବା ପ୍ରତି ଋଚି ରଖିଥିବା ମା’ ନୀଳମାରାଣୀଙ୍କ ସ୍ମୃତିରେ ଏକ ଜାତୀୟ ସ୍ତରୀୟ ସାହିତ୍ୟ ସମ୍ମାନ ପ୍ରତିବର୍ଷ ପ୍ରଦାନ କରିବାକୁ ଗତବର୍ଷ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଅବସରରେ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ। ଭାରତବର୍ଷର ଜଣେ କୃତବିଦ୍ୟ ସାରସ୍ୱତ ସ୍ରଷ୍ଟାଙ୍କ ସାମଗ୍ରିକ କୃତି ତଥା ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ସେହି ଅନୁସାରେ ଏକ ବିଜ୍ଞ ବିଚାରକମଣ୍ଡଳୀ ଏହି ସମ୍ମାନ ପାଇଁ ମନୋଜ ଦାସଙ୍କୁ ଚୟନ କରିଛନ୍ତି।

Advertisment

ପ୍ରଫେସର ମନୋଜ ଦାସ ଭାରତୀୟ କଥା ସାହିତ୍ୟର ଜଣେ ମୂର୍ଦ୍ଧନ୍ୟ ସ୍ରଷ୍ଟା। ସେ କେବଳ ଓଡ଼ିଆ କଥାକାର ଭାବେ ସୁଖ୍ୟାତ ନୁହନ୍ତି, ଭାରତୀୟ-ଇଂରାଜୀ ଲେଖକ ଭାବେ ମଧ୍ୟ ବିଶ୍ୱବିଦିତ। ଭାରତୀୟ କାହାଣୀ ପରମ୍ପରାକୁ ଆଧୁନିକ ପ୍ରେକ୍ଷାପଟ୍ଟରେ ପରିବେଷଣ କରିବାରେ ସେ ଅଦ୍ୱିତୀୟ କଥାଶିଳ୍ପୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe