Advertisment

ତାଲିକାରେ ନୂଆ ନାଁ ଯୋଡ଼ିବା ପରେ ନିୟମଗିରିରେ ହେଲା ଆଉଥରେ ଭୋଟ୍‌

କଲ୍ୟାଣସିଂହପୁର (ମାଉଡି ବାରିକ): ଭୋଟର ତାଲିକାରେ ନାଁ ନଥିବାରୁ ସେଦିନ ଭୋଟ୍‌ ବାକ୍ସ ଉଠାଇ ନେଇଯାଇଥିଲେ ନିୟମଗିରିର ଡଙ୍ଗରିଆ। ନୂଆ ନାଁ ତାଲିକାରେ ଯୋଡ଼ିବା ପରେ ଆଜି ସେଠାରେ ଆଉ ଥରେ ମତଦାନ ହୋଇଛି। ମୋଟ୍‌ ୧୯୯ ମତଦାତାଙ୍କ ଭିତରୁ ୧୫୦ ଜଣ ଭୋଟ୍‌ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଶୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ଼ର ପାଦଦେଶରେ ରାଇଲିମା ବୁଥ୍‌ରେ ଆଜି ପୁଣି ଥରେ ମତଦାନ ହୋଇଛି। ରାଇଲିମା, ତଳ ମୁଶୁଡି ଓ ଉପର ମୁଶୁଡି […]

author-image
Manoranjan Sial
ତାଲିକାରେ ନୂଆ ନାଁ ଯୋଡ଼ିବା ପରେ ନିୟମଗିରିରେ ହେଲା ଆଉଥରେ ଭୋଟ୍‌

Niyamgiri

କଲ୍ୟାଣସିଂହପୁର (ମାଉଡି ବାରିକ): ଭୋଟର ତାଲିକାରେ ନାଁ ନଥିବାରୁ ସେଦିନ ଭୋଟ୍‌ ବାକ୍ସ ଉଠାଇ ନେଇଯାଇଥିଲେ ନିୟମଗିରିର ଡଙ୍ଗରିଆ। ନୂଆ ନାଁ ତାଲିକାରେ ଯୋଡ଼ିବା ପରେ ଆଜି ସେଠାରେ ଆଉ ଥରେ ମତଦାନ ହୋଇଛି। ମୋଟ୍‌ ୧୯୯ ମତଦାତାଙ୍କ ଭିତରୁ ୧୫୦ ଜଣ ଭୋଟ୍‌ ଦେଇଛନ୍ତି।

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଶୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ଼ର ପାଦଦେଶରେ ରାଇଲିମା ବୁଥ୍‌ରେ ଆଜି ପୁଣି ଥରେ ମତଦାନ ହୋଇଛି। ରାଇଲିମା, ତଳ ମୁଶୁଡି ଓ ଉପର ମୁଶୁଡି ଗାଁର ଲୋକମାନେ ଶୃଙ୍ଖଳି ଭାବେ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ତିନି ଖଣ୍ଡ ଗାଁର ୧୯୯ ଜଣ ଭୋଟର ଥିବା ବେଳେ ଆଜି ୧୫୦ ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ଭିତରେ ୯୯ ଜଣ ମହିଳା ଥିବା ବେଳେ ୫୧ ଜଣ ପୁରୁଷ ଅଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଇଲିମା ଗାଁରେ ମତଦାନ ହୋଇଥିଲା। ହେଲେ ଭୋଟର ତାଲିକାରେ ଉପର ମୁସୁଡି ଓ ତଳ ମୁଶୁଡ଼ି ଗାଁର ପ୍ରାୟ ୧୦୦ ଭୋଟରଙ୍କ ନାଁ ନଥିଲା। ଯାହାକୁ ନେଇ ପ୍ରତିବାଦ କରିଥିଲେ ଡଙ୍ଗରିଆ ଜନଜାତିର ମହିଳାମାନେ। ଏପରି ଭୋଟ୍‌ ବାକ୍ସ ନେଇ ପଳାଇ ଯାଇଥିଲେ। ସେମାନଙ୍କ ଆଗରେ ପୁଲିସ ଓ ପ୍ରଶାସନ ଅସହାୟ ହୋଇଥିଲେ। ଭୋଟ୍‌ ତାଲିକାରେ ନାଁ ଯୋଡ଼ି ଆଉଥରେ ମତଦାନ କରିବାକୁ ଦାବି କରିଥିଲେ ଡଙ୍ଗରିଆ ଜନଜାତିର ଆଦିବାସୀମାନେ। ଶେଷରେ ପ୍ରଶାସନ ସେମାନଙ୍କ ଆଗରେ ମୁଣ୍ଡ ନୂଆଁଇଥିଲା। ସେଥିପାଇଁ ଆଜି ଆଉଥରେ ଭୋଟ୍‌ ହୋଇଥିଲା। ଆଉ ମତଦାନ ସାବ୍ୟସ୍ତ କରିଥିଲେ ନିୟମଗିରି ଡଙ୍ଗରିଆ କନ୍ଧକ।

Advertisment
Odisha Panchayat Election 2022