Advertisment

ମହାତ୍ମାଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଛି। ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ଓ ପରେଡ୍ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ରାଜ୍ୟସ୍ତରୀୟ ଉତ୍ସବ ପରେଡରେ ଅଭିବାଦନ ଗ୍ରହଣ ସହ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ପରେଡରେ ମୋଟ ୪୮ଟି ଟ୍ରୁପ୍ ଭାଗ ନେବେ। ଯାହାର ନେତୃତ୍ୱ ନେବେ ଡିସିପି ସାଗରିକା ନାଥ।  […]

ଅଦ୍ୟତନ ହୋଇଛି
ମହାତ୍ମାଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଛି। ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ଓ ପରେଡ୍ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ରାଜ୍ୟସ୍ତରୀୟ ଉତ୍ସବ ପରେଡରେ ଅଭିବାଦନ ଗ୍ରହଣ ସହ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

Advertisment

ପରେଡରେ ମୋଟ ୪୮ଟି ଟ୍ରୁପ୍ ଭାଗ ନେବେ। ଯାହାର ନେତୃତ୍ୱ ନେବେ ଡିସିପି ସାଗରିକା ନାଥ।  ଦୁଇଟି ଡେୟାର ଡେଭିଲସ୍ ଦଳ ଓ ସ୍କେଟିଂ ଟିମ୍, ପାରମ୍ପରିକ ସାଂସ୍କୃତିକ ନୃତ୍ୟ ଦଳ ସହ ୧୨ଟି ପ୍ରଜ୍ଞାପନ ମେଢ଼ ବି ଏଥିରେ ସାମିଲ ହେବ। ତେବେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଗତକାଲି ସନ୍ଧ୍ୟାରେ ବିଧାନସୌଧ ଆକର୍ଷଣୀୟ ଆଲୋକସଜ୍ଜାରେ ଝଲସି ଥିଲା। ପୂରା ବିଧାନସୌଧ ପରିସରକୁ ରଙ୍ଗବେରଙ୍ଗ ଆଲୋକରେ ସଜାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe