Advertisment

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ବିଜେପି ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ। ମନ୍ତ୍ରୀଙ୍କୁ ସେ ନୂଆଦିଲ୍ଲୀର ନିର୍ମାଣ ଭବନ ସ୍ଥିତ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟାଳୟଠାରେ ସାକ୍ଷାତ କରି ଏହି ଦାବିପତ୍ର ଦେଇଥିଲେ। ମନ୍ତ୍ରୀ ଏହାକୁ ଗ୍ରହଣ କରି ବିଚାର କରିବେ ବୋଲି କହିଥିଲେ। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର […]

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ

dabipatra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ବିଜେପି ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ। ମନ୍ତ୍ରୀଙ୍କୁ ସେ ନୂଆଦିଲ୍ଲୀର ନିର୍ମାଣ ଭବନ ସ୍ଥିତ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟାଳୟଠାରେ ସାକ୍ଷାତ କରି ଏହି ଦାବିପତ୍ର ଦେଇଥିଲେ। ମନ୍ତ୍ରୀ ଏହାକୁ ଗ୍ରହଣ କରି ବିଚାର କରିବେ ବୋଲି କହିଥିଲେ। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡାଃ. ଭାରତୀ ପ୍ରଭିନ ପାୱାରଙ୍କୁ ମଧ୍ୟ ସେ ଭେଟି ଏ ସମ୍ପର୍କିତ ଦାବିପତ୍ର ଦେଇଥିବା ଜଣାଇଛନ୍ତି।

ସେ ଏଥିରେ ଜଣାଇଛନ୍ତି, ୨୦୧୫ ମସିହାରେ ଉକ୍ତ ଦାବି ସମ୍ପର୍କରେ ତତ୍କାଳିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଦେଶରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହୋଇଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରାଥମିକତା ଦେବା ଆବଶ୍ୟକ ହୋଇପଡ଼ିଛି। ବିଗତ ୮ ବର୍ଷ ମଧ୍ୟରେ ଓଡ଼ିଶାରେ ୮ଟି ନୂଆ ମେଡିକାଲ କଲେଜ ମଧ୍ୟ ହୋଇଛି। ଆହୁରି ଅଧିକ ହେବାର ଆବଶ୍ୟକତା ଅଛି। କାରଣ ଡାକ୍ତର ଓ ଜନସଂଖ୍ୟା ହାର ଆଜି ମଧ୍ୟ ଜାତୀୟ ହାର ତଳେ ଅଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe