Advertisment

BDA ହାଉସିଂ ପ୍ରକଳ୍ପ ଉପରେ ରେରା ଅଙ୍କୁଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): BDA ହାଉସିଂ ପ୍ରକଳ୍ପ ଉପରେ ରେରା ଅଙ୍କୁଶ । ରେରା ନିୟମ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ୱରର ଦୟା ଏନକଲେଭ ପ୍ରକଳ୍ପ ଉପରେ ରହିତାଦେଶ ଜାରି କଲା ଓରେରା। ଦୟା ଏନକଲେଭରେ BDA ଦ୍ୱାରା ନିର୍ମାଣାଧୀନ ୧୨୮ଟି ଫ୍ଲାଟ ଥିବା ଏହି ପ୍ରକଳ୍ପର ବିକ୍ରି ପାଇଁ ଜୁଲାଇ ବିଜ୍ଞପ୍ତି ଜାରି ହୋଇଥିଲା। ପ୍ରକଳ୍ପରେ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ପ୍ରକଳ୍ପରେ ବିଭିନ୍ନ ରେରା ନିୟମ ଉଲ୍ଲଙ୍ଘନକୁ ଦର୍ଶାଇ BDA କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ […]

author-image
Niranjan Mishra
ଅଦ୍ୟତନ ହୋଇଛି
BDA ହାଉସିଂ ପ୍ରକଳ୍ପ ଉପରେ ରେରା ଅଙ୍କୁଶ

rera

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): BDA ହାଉସିଂ ପ୍ରକଳ୍ପ ଉପରେ ରେରା ଅଙ୍କୁଶ । ରେରା ନିୟମ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ୱରର ଦୟା ଏନକଲେଭ ପ୍ରକଳ୍ପ ଉପରେ ରହିତାଦେଶ ଜାରି କଲା ଓରେରା। ଦୟା ଏନକଲେଭରେ BDA ଦ୍ୱାରା ନିର୍ମାଣାଧୀନ ୧୨୮ଟି ଫ୍ଲାଟ ଥିବା ଏହି ପ୍ରକଳ୍ପର ବିକ୍ରି ପାଇଁ ଜୁଲାଇ ବିଜ୍ଞପ୍ତି ଜାରି ହୋଇଥିଲା।

Advertisment

ପ୍ରକଳ୍ପରେ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ପ୍ରକଳ୍ପରେ ବିଭିନ୍ନ ରେରା ନିୟମ ଉଲ୍ଲଙ୍ଘନକୁ ଦର୍ଶାଇ BDA କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ। ଏହାପରେ BDA ପକ୍ଷରୁ ୩ଟି ସଂଶୋଧନ ଜାରି ହୋଇଥିଲା। ଏହାସତ୍ତ୍ୱେ BDA ରେରା ଦ୍ୱାରା ଧାର୍ଯ୍ୟ ଏଗ୍ରିମେଣ୍ଟ ଫର ସେଲ ଫର୍ମାଟ ଆପଣେଇ ନଥିବାରୁ ବିମଳେନ୍ଦୁ ପ୍ରଧାନ ରେରାର ଦ୍ୱାରସ୍ଥ ହୋଇଥିଲେ।

ଏହାପରେ ଓରେରା ଗତ ୨୦ ତାରିଖରେ ନିଜ ଅନ୍ତରୀଣ ଆଦେଶରେ ୨ଟି ମହତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି  ଓ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିଛନ୍ତି । ପ୍ରଥମତଃ ଏବେ BDA ପ୍ରକଳ୍ପର କୌଣସି ଫ୍ଲାଟ ବିକ୍ରି କରିପାରିବ ନାହିଁ। ଦ୍ଵିତୀୟରେ BDA ର ପ୍ରକଳ୍ପ ରେଜିଷ୍ଟ୍ରେସନ ସାର୍ଟିଫିକେଟ କାହିଁକି ବାତିଲ ନ ହେବ, ତାର କାରଣ ଦର୍ଶାଇବାକୁ ନୋଟିସ୍ ଜାରି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୧ରେ ହେବ। ଏନେଇ ଜଣାପଡ଼ିବା ପରେ ବିଡିଏ କର୍ତ୍ତୃପକ୍ଷଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି।

Advertisment