Advertisment

ନେତାଙ୍କ ସ୍ୱାର୍ଥ ପାଇଁ ୨୦୦ ଗଛ ବଳି, କଟିବ ୮୭୦

ଭୁବ­­­ନେଶ୍ୱର(ଓଡ଼ିଶା ରିପୋର୍ଟର): ନେତାଙ୍କ ସ୍ୱାର୍ଥ ପାଇଁ କିଛି ବି ବଳି ପଡ଼ିଯାଇପାରେ। ରାଜଧାନୀ ଭୁବନେଶ୍ୱରରେ ଏକଥା ପ୍ରମାଣିତ ହୋଇଛି।  ନିଜ ପାଇଁ ଆପାଟମେଣ୍ଟ ତିଆରି କରିବା ନିମନ୍ତେ କାଟିଦେଲେ ୨୦୦ରୁ ଅଧିକ ବିରାଟକାୟ ଆମ୍ବ, ପଣସ ସମେତ କରଞ୍ଜ, କଦମ୍ବ, ଦେବଦାରୁ ପ୍ରଭୃତି ଗଛ। ବିଧାନସଭାରେ ବସି ବିକାଶ କାମର ଚିତ୍ର ଆଙ୍କୁଥିବା ବିଧାୟକଙ୍କ ନିମନ୍ତେ ଆପାର୍ଟମେଣ୍ଟ ତିଆରି କରିବାକୁ ପ୍ରକୃତିର ଏହି ମହାବିନାଶ ଚାଲିଛି। ତାହା ପୁଣି ରାଜଧାନୀ ଭୁବନେଶ୍ୱର ଛାତି ଉପରେ। ରାଜଭବନ ଠାରୁ […]

ଅଦ୍ୟତନ ହୋଇଛି
ନେତାଙ୍କ ସ୍ୱାର୍ଥ ପାଇଁ ୨୦୦ ଗଛ ବଳି, କଟିବ ୮୭୦

BBSR-tree

Advertisment

ଭୁବ­­­ନେଶ୍ୱର(ଓଡ଼ିଶା ରିପୋର୍ଟର): ନେତାଙ୍କ ସ୍ୱାର୍ଥ ପାଇଁ କିଛି ବି ବଳି ପଡ଼ିଯାଇପାରେ। ରାଜଧାନୀ ଭୁବନେଶ୍ୱରରେ ଏକଥା ପ୍ରମାଣିତ ହୋଇଛି।  ନିଜ ପାଇଁ ଆପାଟମେଣ୍ଟ ତିଆରି କରିବା ନିମନ୍ତେ କାଟିଦେଲେ ୨୦୦ରୁ ଅଧିକ ବିରାଟକାୟ ଆମ୍ବ, ପଣସ ସମେତ କରଞ୍ଜ, କଦମ୍ବ, ଦେବଦାରୁ ପ୍ରଭୃତି ଗଛ। ବିଧାନସଭାରେ ବସି ବିକାଶ କାମର ଚିତ୍ର ଆଙ୍କୁଥିବା ବିଧାୟକଙ୍କ ନିମନ୍ତେ ଆପାର୍ଟମେଣ୍ଟ ତିଆରି କରିବାକୁ ପ୍ରକୃତିର ଏହି ମହାବିନାଶ ଚାଲିଛି। ତାହା ପୁଣି ରାଜଧାନୀ ଭୁବନେଶ୍ୱର ଛାତି ଉପରେ। ରାଜଭବନ ଠାରୁ ପୁଲିସ କମିଶନରେଟ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏଭଳି ଶହ ଶହ ଗଛକୁ କାଟି ଗଡ଼ାଇ ଦିଆଯାଇଛି। ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇପଡ଼ିଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି। ଏହି ଗଛଗୁଡ଼ିକ ବେଆଇନ ଭାବେ କଟାଯାଉ ଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗଛ କଟା ହେବା ପୂର୍ବରୁ ଏହାର ନମ୍ବରିଂ କରାଯାଇ କଟାଯିବା କଥା। ଏହାଛଡ଼ା ଗୋଟିଏ ଗଛ କାଟିଲେ, ଏଠାରେ ୩ଟି ଗଛ ଲଗାଇବା ନିମନ୍ତେ ବନ ବିଭାଗ ନିକଟରେ ଟଙ୍କା ଡିପୋଜିଟ କରିବା କଥା। ହେଲେ ଏହା ହୋଇଛି କି ନାହିଁ, ତାହାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ସନ୍ଦିହାନ।

Advertisment

ସୂଚନା ମୁତାବକ, ବିଧାୟକଙ୍କ ରହଣି ନିମନ୍ତେ ଏଠାରେ ଆଲିସାନ ଆପାର୍ଟମେଣ୍ଟ ତିଆରି କରାଯିବ। ଗୋଟିଏ ୧୦ ମହଲା ଓ ଅନ୍ୟଗୋଟିଏ ୧୧ ମହଲା। ଯେଉଁଥିରେ ପ୍ରାୟ ୩୦୦ଟି କ୍ୱାର୍ଟର୍ସ ରହିବ। ଏହି କୋଠା ନିର୍ମାଣରେ ପ୍ରାୟ ୨୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଚକାଚକ କୋଠା ନିର୍ମାଣ ନିମନ୍ତେ ସରକାର ଏବେ ରାଜଧାନୀ ଛାତି ଉପରେ ଶହ ଶହ ଗଛ କାଟି ଚାଲିଛନ୍ତି। ଏହି ଆପାର୍ଟମେଣ୍ଟ ଭିତରେ ଅଲିସାନ କ୍ୱାର୍ଟର୍ସ ସାଙ୍ଗକୁ ସୁଇମିଂପୁଲ, ଉଦ୍ୟାନ, ଫୁଟପାଥ, ଜଗିଂ ଟ୍ରାକ୍ ପ୍ରଭୃତି ନିର୍ମାଣ ହେବ।

ପରିଣାମ ସ୍ୱରୁପ ଏବେ ଏହି ବିରାଟକାୟ ବୃକ୍ଷତଳେ ଥିବା ବିଶାଳ ପାର୍କ ଉଭାନ ହୋଇଯାଇଛି। ଯାହାତଳେ ୟୁପିଏସସି ଓ ଅନ୍ୟ ଚାକିରି ପାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ପାଠପଢ଼ି ନିଜକୁ ପ୍ରସ୍ତୁତ କରୁଥିଲେ। ଗଛ କଟାଯିବା ଦେଖି ଆଉ ଏଠାକୁ କେହି ଅସୁନାହାନ୍ତି। ପିଲାମାନେ ବସୁଥିବା ଗଛ ଛାଇ ଆଉ ନାହିଁ। ଗଛ କଟା ଯିବାପରେ ଏହା ଗଣ୍ଡିଗୁଡ଼ିକ ମାଟି କାମୁଡ଼ି ପଡ଼ିଛି। ଗଛରେ ବସା କରିଥିବା ପକ୍ଷୀମାନେ ଆଉ କଳରବ କରିବାକୁ ଆସୁନାହାନ୍ତି। ସେମାନଙ୍କ ବସା ଭାଙ୍ଗି ଯାଇଛି। ସ୍ଥାନଟି ଶୂନଶନ ହୋଇଯାଇଛି। କଟା ଯାଇଥିବା କେଉଁ ଗଛ ଗଣ୍ଡିର ଓସାର ୫ ଫୁଟ ତ କାହାର ଓସାର ୮ ଫୁଟ। ଲକ୍ଷ ଲକ୍ଷ ଲୋକଙ୍କୁ ଛାଇ ଓ ଅମ୍ଳଯାନ ଯୋଗାଉଥିବା ଗଛଗୁଡ଼ିକ ଧରାଶାୟୀ ହୋଇଯାଇଛି। ଏହି ବାଟ ଦେଇ ଯାଇଥିବା ପାଣିପାଇପରୁ ପାନୀୟଜଳ ଅନବରତ ନଷ୍ଟ ହୋଇଚାଲିଛି। ଯାହାକୁ ନେଇ ପରିବେଶବିତମାନ ଉଦବେଗ ପ୍ରକାଶ କରିଛନ୍ତି।

Advertisment

ଏନେଇ ଭୁବନେଶ୍ୱର ସିଟି ଡିଏଫଓ ଯଶୋବନ୍ତ ବେହେରା ସଫେଇ ଦେଇ କହିଛନ୍ତି, ଏଠାରେ କୋଠା ନିର୍ମାଣ ପାଇଁ ୮୭୦ ଗଛ କଟାଯିବ। ଏବେ କେତେ ଗଛ କଟାଯାଇଛି, ସେନେଇ ସୂଚନା ନାହିଁ। ଯେତିକି ଗଛ କଟାଯିବ ତାହାର ୧୦ ଗୁଣା ଗଛ ଲଗାଯିବ। ଏବାବଦରେ ଜିଏ ଡିପାଟମେଣ୍ଟ ୬୮ ଲକ୍ଷ ଟଙ୍କା ଜମା କରିଛି। ଯେଉଁଠି ବିକାଶ ଆବଶ୍ୟକ ହେଉଛି, ସେଠାରେ ଗଛ କଟା ଯାଉଛି। ସବୁ ଗଛ କେବେ ବି କଟାଯାଉନି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe