Advertisment

୧୨ ଅତିରିକ୍ତ ସଚିବ ଓ ୧୧ ଯୁଗ୍ମ ସଚିବଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଅତିରିକ୍ତ ସଚିବ, ଯୁଗ୍ମ ସଚିବ ଓ ଉପ ସଚିବ ପାହ୍ୟାରେ କାର୍ଯ୍ୟ କରୁଥିବା ୨୫ଜଣ ବରିଷ୍ଠ ଓଏଏସ ଅଫିସରଙ୍କର ବିଭିନ୍ନ ସ୍ଥାନକୁ ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କୃଷି ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍ ମ୍ୟାରୀ ଲାକ୍ରାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଦୟାନିଧି […]

author-image
Subrat Kumar Nayak
୧୮ରୁ  ଲୋକସେବା ଭବନକୁ ପ୍ରବେଶ ଅନୁମତି: ଭିତରକୁ ଯାଇପାରିବେନି କାର୍ଯ୍ୟରତ ସାମ୍ବାଦିକ

Lokaseva

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଅତିରିକ୍ତ ସଚିବ, ଯୁଗ୍ମ ସଚିବ ଓ ଉପ ସଚିବ ପାହ୍ୟାରେ କାର୍ଯ୍ୟ କରୁଥିବା ୨୫ଜଣ ବରିଷ୍ଠ ଓଏଏସ ଅଫିସରଙ୍କର ବିଭିନ୍ନ ସ୍ଥାନକୁ ବଦଳି ହୋଇଛି।

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କୃଷି ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍ ମ୍ୟାରୀ ଲାକ୍ରାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଦୟାନିଧି ନାୟକଙ୍କୁ କୃଷି ଓ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ, ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ କୃଷ୍ଣପ୍ରସାଦ ପତିଙ୍କୁ ଇଆଣ୍ଡଆଇଟି ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ବରିଷ୍ଠ ଓଏଏସ୍ ମୋହନ ଚରଣ ଦାସଙ୍କୁ ମହିଳା ଓ ଶିଶୁ ବିଭାଗର ଅତିରିକ୍ତ ସଚିବ, ପ୍ରଭାତ କୁମାର ଭୋଇଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ବିଶ୍ୱନାଥ ବାରିକଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ ଅତିରିକ୍ତ ସଚିବ, ଦୁର୍ବାଦଳ ମେହେରଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ, ମନୋଜା ଦେବୀଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ,ତ୍ରିଲୋଚନ ମାଝୀଙ୍କୁ ଆୟୁଷ ନିର୍ଦ୍ଦେଶକ, ନୃସିଂହ ଚରଣ ସ୍ୱାଇଁଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ବିଜୟ କୁମାର ପୃଷ୍ଟିଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ପୂର୍ଣ୍ଣଧର ଧରୁଆଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ଅନୀଲ କୁମାର ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ଅଞ୍ଜଳି ପଣ୍ଡାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ, ଶୁଭ୍ରା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ, ଲିପସା ଦାସଙ୍କୁ ଶକ୍ତି ବିଭାଗର ଯୁଗ୍ମ ସଚିବ, ନିତ୍ୟାନନ୍ଦ ବାରିକଙ୍କୁ କନ୍ଧମାଳ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରଭାତ କୁମାର ମହାପାତ୍ରଙ୍କୁ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ୱଜିତ ମହାପାତ୍ରଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ, ରେଣୁପ୍ରଭା ନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ, ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଯୁଗ୍ମ ସଚିବ , ସୁମିତ୍ରା ସେନାପତିଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ଦୌଲତ ଚନ୍ଦ୍ରକାରଙ୍କୁ ପାନପୋଷ ଉପଜିଲ୍ଲାପାଳ ଓ ରାଜେଶ କୁମାର ଅଗ୍ରୱାଲଙ୍କୁ ଶ୍ରମ ଓ ନିଯୁକ୍ତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।

Advertisment