ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ୱାକଫ ବୋର୍ଡର ସିଇଓ ତଥା ସର୍ଭେ କମିଶନର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ରାଜସ୍ୱ ଡିଭିଜନ କମିଶନରଙ୍କ ଅଫିସରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି କେନ୍ଦ୍ରାଂଚଳ ଆରଡିସିଙ୍କ ସଚିବ ବରିଷ୍ଠ ଓଏଏସ୍ ତୁଷାରକାନ୍ତ ମହାନ୍ତିଙ୍କୁ […]

loka-seba-bhavan

loka-seba-bhavan

Ordigital Desk
  • Published: Saturday, 20 August 2022
  • Updated: 20 August 2022, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ୱାକଫ ବୋର୍ଡର ସିଇଓ ତଥା ସର୍ଭେ କମିଶନର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ରାଜସ୍ୱ ଡିଭିଜନ କମିଶନରଙ୍କ ଅଫିସରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି କେନ୍ଦ୍ରାଂଚଳ ଆରଡିସିଙ୍କ ସଚିବ ବରିଷ୍ଠ ଓଏଏସ୍ ତୁଷାରକାନ୍ତ ମହାନ୍ତିଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ୱାକଫ ବୋର୍ଡ ସିଇଓ ଓ ୱାକଫ୍ ସର୍ଭେ କମିଶନର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।

ଓଡ଼ିଶା ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ରାଜ୍ୟ ଏଲିମେଂଟାରୀ ଏଜୁକେସନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ଭବେଶ କୁମାର ନାୟକଙ୍କୁ ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରକୁ ବଦଳି ହୋଇଛି ।

ପୂର୍ବତନ ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଥିବା ତରଣୀସେନ ନାଏକଙ୍କୁ ଓଡ଼ିଶ ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟର ପୂର୍ବତନ ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଫିସର ଦରିଦ୍ରଭଞ୍ଜନ ଏମଏମ୍ ପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ସମବାୟ ବିଭାଗର ଯୁଗ୍ମ ସଚିବ ବିନୋଦ କୁମାର ସେନାପତିଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି ହୋଇଛି । କୋଟପାଡ଼ର ପୂର୍ବତନ ବିଡିଓ ଓଏଏସ୍ ଦାଶରଥୀ ସରବୋଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos