Advertisment

ମଦ ପିଇ କାମକୁ ଗଲେ ଚାକିରି ହରାଇବେ ବିଧାନସଭା କର୍ମଚାରୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ NIC କାର୍ଯ୍ୟାଳୟରେ ଉପସ୍ଥିତ ରହି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଭିଡିଓ କନଫରେନ୍ସିଂରେ ଭାଗ ନେଇଛନ୍ତି। କରୋନା ମୁକାବିଲାରେ ବିଧାୟକଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାଯାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାନସଭାର ଦାୟିତ୍ୱ ଓ କର୍ତ୍ତବ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଲୋକସଭା ବାଚସ୍ପତିଙ୍କ […]

ମଦ ପିଇ କାମକୁ ଗଲେ ଚାକିରି ହରାଇବେ ବିଧାନସଭା କର୍ମଚାରୀ

bbsr

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ NIC କାର୍ଯ୍ୟାଳୟରେ ଉପସ୍ଥିତ ରହି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଭିଡିଓ କନଫରେନ୍ସିଂରେ ଭାଗ ନେଇଛନ୍ତି।

Advertisment

କରୋନା ମୁକାବିଲାରେ ବିଧାୟକଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାଯାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାନସଭାର ଦାୟିତ୍ୱ ଓ କର୍ତ୍ତବ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଲୋକସଭା ବାଚସ୍ପତିଙ୍କ ସହ ଆଲୋଚନା ପରେ ଓଡିଶା ବାଚସ୍ପତି ସୂଚନା ଦେଇ କହିଛନ୍ତି,  ବାହାର ରାଜ୍ୟରେ ଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ସ୍ୱତନ୍ତ୍ର ହେଲପ୍ ଡେସ୍କ ଖୋଲାଯିବ। ସେମାନଙ୍କ ସମ୍ପର୍କରେ ତଥ୍ୟ ମିଳିଲେ  ଥଇଥାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ।

ସେପଟେ ମଦ ପିଇ କୌଣସି କର୍ମଚାରୀ ଆସିଲେ ସେମାନଙ୍କ ଚାକିରି ଯିବ। ଏହାସହ ବିଧାନସଭା ପରିସରରେ ପାନ, ସିଗାରେଟ, ଛେପ ପକାଇବା ଉପରେ କଟକଣା ଲଗାଇଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନସିଂ ପରେ ସେ ଏହି ସବୁ ସୂଚନା ଦେଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe