Advertisment

ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ: ମୋଦି

ଭୁବନେଶ୍ୱର(ଓଡ଼ିଶାର ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସକାଳେ ଓଡ଼ିଆରେ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ, ଓଡିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ। ବିଜେପି ରେକର୍ଡ ସଂଖ୍ୟକ ଆସନ ସହ ବିଜୟ ଲାଭ କରିବ। ଜନ ସାଧାରଣ ବିଜେଡି ଓ କଂଗ୍ରେସ ଉଭୟକୁ ପ୍ରତ୍ୟାଖ୍ୟାନ କରିବେ। ଓଡିଶାର ସୁନ୍ଦରଗଡ ଓ ସୋନପୁର ଠାରେ ଜନସଭାକୁ ସମ୍ବୋଧିତ […]

ଅଦ୍ୟତନ ହୋଇଛି
ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ: ମୋଦି

modi

Advertisment

ଭୁବନେଶ୍ୱର(ଓଡ଼ିଶାର ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସକାଳେ ଓଡ଼ିଆରେ ଏକ ଟ୍ୱିଟ୍ କରିଥିଲେ।

Advertisment

ଏଥିରେ ସେ ଲେଖିଥିଲେ, ଓଡିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ। ବିଜେପି ରେକର୍ଡ ସଂଖ୍ୟକ ଆସନ ସହ ବିଜୟ ଲାଭ କରିବ। ଜନ ସାଧାରଣ ବିଜେଡି ଓ କଂଗ୍ରେସ ଉଭୟକୁ ପ୍ରତ୍ୟାଖ୍ୟାନ କରିବେ।

Advertisment

ଏ ଖବର ଲେଖାଯିବା ବେଳକୁ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗୁ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଯିବେ। ସୁନ୍ଦରଗଡ଼ ସଭା ପରେ ସେ ସୋନପୁର ଯିବେ।

ମୋଦି ଗତ ୨୯ ତାରିଖରେ ଜୟପୁର ଓ ୨ ତାରିଖରେ ଭବାନୀପାଟଣା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସୂଚନାଯୋଗ୍ୟ, ୨ ତାରିଖରେ ପ୍ରଧାନମନ୍ତ୍ରୀ ଭବାନୀପାଟଣା ଗସ୍ତ ପୂର୍ବରୁ ଟ୍ୱିଟ୍‌ କରି କହିଥିଲେ, ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ତାଙ୍କୁ ବାରମ୍ବାର ଟାଣି ନେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe