କର୍ମଚାରୀଙ୍କୁ ମିଳୁନି ପେନସନ୍ : ମୁଖ୍ୟ ସଚିବ କ୍ଷୁବ୍ଧ, ଯିଏ ବିଳମ୍ବ କରୁଛି ୧୮% ସୁଧ ଆଦାୟ କର

କୌଣସି ସରକାରୀ କର୍ମଚାରୀ ଅବସର ପରେ ପେନସନ୍ ପାଇବାରେ ବିଳମ୍ବ ହେଲେ ସମ୍ପୃକ୍ତ ପେନସନଧାରୀ ବାର୍ଷିକ ୧୮% ସୁଧ ହାରରେ ନିଜ ପେନସନ୍ ପାଇବାକୁ ହକଦାର ।

Office

Representative image

Ordigital Desk
  • Published: Tuesday, 04 July 2023
  • Updated: 04 July 2023, 10:10 PM IST

Sports

Latest News

 ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଚାକିରିରୁ ଅବସର ଦିନ ହିଁ ପେନସନ୍ ପାଇବାର ପ୍ରାବଧାନ ଥିବା ସତ୍ତ୍ୱେ ବହୁ ସଂଖ୍ୟକ କର୍ମଚାରୀ ନିଜର ପେନସନ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଯାହାକୁ ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କ୍ଷୁବ୍ଧ ହେବା ସହ ଏନେଇ ତୁରନ୍ତ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ନିମନ୍ତେ ସମସ୍ତ ପ୍ରଶାସନିକ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସରକାରୀ କର୍ମଚାରୀ ଅବସର ପରେ ପେନସନ୍ ପାଇବାରେ ବିଳମ୍ବ ହେଲେ ସମ୍ପୃକ୍ତ ପେନସନଧାରୀ ବାର୍ଷିକ ୧୮% ସୁଧ ହାରରେ ନିଜ ପେନସନ୍ ପାଇବାକୁ ହକଦାର । ଆଉ ତାଙ୍କ ପେନସନ ପ୍ରଦାନରେ ବିଳମ୍ବ ପାଇଁ ଯିଏ ଦାୟୀ(ଯେଉଁ ଅଫିସର ବା କର୍ମଚାରୀ) ତାଙ୍କଠୁ ଏହି ସୁଧ ସୁଧ ଅର୍ଥ ଆଦାୟ କରିବାକୁ ଶ୍ରୀ ଜେନା ସମସ୍ତ ବିଭାଗର ସଚିବମାନଙ୍କୁ ତାଗିଦ୍ କରିଛନ୍ତି ।

ଶ୍ରୀ ଜେନା ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟରେ ପେନସନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବା ସହ ପେନସନ୍ ମଞ୍ଜୁର କରୁଥିବା କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଛନ୍ତି । ଓଡ଼ିଶା ସିଭିଲ୍ ସର୍ଭିସ(ପେନସନ) ରୁଲସ-୧୯୯୨ ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପ୍ରଦାନ କରିବା ହେଉଛି ସରକାରଙ୍କ କର୍ତ୍ତବ୍ୟ । କିନ୍ତୁ ଏବେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ବହୁ ସଂଖ୍ୟକ ପେନସନ୍ ମାମଲା ଏବେ ବିଭିନ୍ନସ୍ତରରେ ପ୍ରଶାସନିକ ବିଭାଗ ଓ ଅଧସ୍ତନ ଅଫିସ ଗୁଡ଼ିକରେ ପଡ଼ିରହିଛି । ଏବେ ପଡ଼ି ରହିଥିବା ପେନସନ ମାମଲାର ସଦ୍ୟ ସମୀକ୍ଷାରୁ ମଧ୍ୟ ଜଣାପଡ଼ିଲା ଯେ, ବିଭାଗଗୁଡ଼ିକ ପଦକ୍ଷେପ ଓ ଅଗ୍ରଗତି ମଧ୍ୟ ଏଦିଗରେ ସନ୍ତୋଷଜନକ ନୁହେଁ। ତେଣୁ ସମସ୍ତ ପ୍ରଶାସନିକ ବିଭାଗ ପୁଣିଥରେ ସାଧାରଣ ପ୍ରଶାସନ ଦ୍ୱାରା ଜାରି ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପେନସନ୍ ପ୍ରଦାନ ଉପରେ ଗୁରୁତ୍ୱ ଓ ଆବଶ୍ୟକସ୍ଥଳେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ଗାଇଡଲାଇନ୍ ଅନୁସାରେ ଯଦି ପେନସନ୍ ପ୍ରଦାନରେ ବିଳମ୍ବ ହୁଏ ତା’ହେଲେ ପେନସନଭୋଗୀଙ୍କୁ ନିଶ୍ଚିତ ଭାବେ ବାର୍ଷିକ ୧୮ ପ୍ରତିଶତ ସୁଧ ହାରରେ ପେନସନ(ବିଳମ୍ବିତ ଅବଧିର) ମିଳିବ ଓ ଏଥିପାଇଁ ଦାୟୀ ଅଫିସର ବା କର୍ମଚାରୀଙ୍କଠୁ ସେହି ସୁଧ ଅର୍ଥ ଆଦାୟ କରାଯିବାର ଗାଇଡଲାଇନରେ ପ୍ରାବଧାନ ରହିଛି ।  ଅବସରପ୍ରାପ୍ତ କର୍ମଚାରୀଙ୍କୁ ସହଯୋଗ କରି ସେମାନଙ୍କର ପେନସନ୍ ସଂକ୍ରାନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ପ୍ରତ୍ୟେକ ବିଭାଗରେ ଥିବା ନୋଡାଲ ଅଫିସର(ପେନସନ) ଓ ହେଲପଡେସ୍କ ଅଫିସରମାନଙ୍କ ମଧ୍ୟ ଦାୟିତ୍ୱ ବୋଲି ଶ୍ରୀ ଜେନା କହିଛନ୍ତି।

Also Read

ଏହାସହିତ ମୁଖ୍ୟ ସଚିବ ଶ୍ରୀ ଜେନା ସମସ୍ତ ବିଭାଗକୁ ଚଳିତ ଜୁଲାଇ ମାସଠୁ ପ୍ରତିମାସର ପ୍ରଥମ ସପ୍ତାହ ସୁଦ୍ଧା  ଇ-ମେଲ୍ ମାଧ୍ୟମରେ ଏକ ନିର୍ଦ୍ଧାରିତ ଫର୍ମାଟରେ କେତେ ପରିମାଣର ପେନସନ୍ ମାମଲା ପଡ଼ିରହିଛି ଓ କେତେ ସଂଖ୍ୟକ ସମାଧାନ ହୋଇଛି ତାହା  ନିୟମିତ ଭାବେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବ ଶ୍ରୀ ଜେନା ଦେଇଥିବା ଫର୍ମାଟରେ ପ୍ରତ୍ୟେକ ବିଭାଗର ନାମ, ମାସ ଆରମ୍ଭରୁ କେତେ ସଂଖ୍ୟକ ପେନସନ୍ ମାମଲା ପଡ଼ି ରହିଛି, ସେହି ମାସରେ କେତେ ସଂଖ୍ୟକ ପେନସନ୍ ମାମଲା ଯୋଡ଼ି ହେଲା, ଉକ୍ତ ମାସରେ କେତେ ଜଣଙ୍କୁ ପ୍ରୋଭିଜିନାଲ ଓ ଫାଇନାଲ ପେନସନ୍ ପ୍ରଦାନ କରାଗଲା, ବିଭାଗରୁ ଅବସର ନେଇଥିବା କେତେ ସଂଖ୍ୟକ କର୍ମଚାରୀଙ୍କ ପେନସନ୍ ସଂକ୍ରାନ୍ତ ଦସ୍ତାବିଜ ପୈଠ ହୋଇନି, ତା’ର ବିସ୍ତୃତ ତଥ୍ୟ ଦେବାକୁ ଶ୍ରୀ ଜେନା ସବୁ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ଫେବୃୟାରୀ ମାସରେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଅବସର ଦିନ ହିଁ ପେନସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫାଇଭ-ଟି ଉପକ୍ରମରେ ପେନସନ୍ ପ୍ରଦାନ ସହ ଇ-ସର୍ଭିସ ବୁକ୍ ଓ ଅନ୍ୟାନ୍ୟ ପେନସନ୍ ସଂକ୍ରାନ୍ତ ଦସ୍ତାବିଜକୁ କର୍ମଚାରୀଙ୍କ ଅବସରର ଯଥେଷ୍ଟ ପୂର୍ବରୁ ସଂଗ୍ରହ କରି ପେନସନ୍ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଏପରିକି ପେନସନ ପ୍ରଦାନରେ ବିଳମ୍ବ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରିଥିଲେ।

୨୦୨୦ ମାର୍ଚ୍ଚ ମାସରୁ ଏହି ନୂଆ ବ୍ୟବସ୍ଥା(ଚାକିରିରୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ) ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ସରକାର ୨୦୨୦ ମାର୍ଚ୍ଚ ମାସରେ ୧୦୭ଜଣ କର୍ମଚାରୀଙ୍କୁ ଅବସରଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ଦେଇ ଏହାର ପ୍ରଚାରପ୍ରସାର କରିବା ପରେ ଏହାକୁ ଭୁଲି ଯାଇଛନ୍ତି । ଯେଉଁଥିପାଇଁ ଏବେବି ବହୁ ବିଭାଗରେ ପେନସନ୍ ମାମଲାଗୁଡ଼ିକ ପଡ଼ି ରହିଛି ଓ ଅବସର ନେଉଥିବା କର୍ମଚାରୀମାନେ ନିଜର ପ୍ରୋଭିଜିନାଲ ଓ ଫୁଲ୍ ପେନସନ ପାଇବାକୁ ଦିନ ଗଣୁଛନ୍ତି ବୋଲି ଜଣାପଡ଼ିଛି । ବିଭିନ୍ନ ବିଭାଗରେ ପ୍ରାୟ ୧୦ରୁ ୧୨ହଜାର ପେନସନ୍ ମାମଲା ଏବେ ପଡ଼ିରହିଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story