Advertisment

ସିମ୍‌ ଚେଞ୍ଜ କରି ହରାଇଲେ ୧୩ ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋବାଇଲ ପୋର୍ଟାବିଲିଟି କରିବାକୁ ଯାଇ ୧୩ ଲକ୍ଷରୁ ଅଧିକ ଟଙ୍କା ହରାଇଲେ ଅବସରପ୍ରାପ୍ତ ସିନିୟର ସିଟିଜେନ। ଟ୍ରାନ୍ସପୋର୍ଟ କର୍ପୋରେସନ ଅଫ୍ ଇଣ୍ଡିଆର ପୂର୍ବତନ ରିଜିଓନାଲ ମ୍ୟାନେଜର ସଦାଶିବ ମହାନ୍ତିଙ୍କୁ ଚୁନା ଲଗାଇଲେ ସାଇବର ଲୁଟେରା। ଏପରିକି ତାଙ୍କର ଫିକ୍ସଡ ଡିପୋଜିଟରୁ ସାଇବର ଲୁଟେରା ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ସଦାଶିବ ପତ୍ନୀଙ୍କ ଏକ ମୋବାଇଲକୁ ପୋର୍ଟାବିଲିଟି କରିବା ପାଇଁ ଘର ପାଖରେ ଥିବା ଏକ ଭେଣ୍ଡର ପାଖକୁ ଯାଇଥିଲେ। ପରେ ସଦାଶିବଙ୍କ ମୋବାଇଲକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସିମ୍‌ ଚେଞ୍ଜ କରି ହରାଇଲେ ୧୩ ଲକ୍ଷ ଟଙ୍କା

sim-change

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋବାଇଲ ପୋର୍ଟାବିଲିଟି କରିବାକୁ ଯାଇ ୧୩ ଲକ୍ଷରୁ ଅଧିକ ଟଙ୍କା ହରାଇଲେ ଅବସରପ୍ରାପ୍ତ ସିନିୟର ସିଟିଜେନ। ଟ୍ରାନ୍ସପୋର୍ଟ କର୍ପୋରେସନ ଅଫ୍ ଇଣ୍ଡିଆର ପୂର୍ବତନ ରିଜିଓନାଲ ମ୍ୟାନେଜର ସଦାଶିବ ମହାନ୍ତିଙ୍କୁ ଚୁନା ଲଗାଇଲେ ସାଇବର ଲୁଟେରା। ଏପରିକି ତାଙ୍କର ଫିକ୍ସଡ ଡିପୋଜିଟରୁ ସାଇବର ଲୁଟେରା ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

Advertisment

ସଦାଶିବ ପତ୍ନୀଙ୍କ ଏକ ମୋବାଇଲକୁ ପୋର୍ଟାବିଲିଟି କରିବା ପାଇଁ ଘର ପାଖରେ ଥିବା ଏକ ଭେଣ୍ଡର ପାଖକୁ ଯାଇଥିଲେ। ପରେ ସଦାଶିବଙ୍କ ମୋବାଇଲକୁ ଏକ ନମ୍ବର ସହ ମେସେଜ ଆସିଥିଲା। ଉକ୍ତ ନମ୍ବରରେ ସଦାଶିବଙ୍କୁ କଲ୍ କରିବାକୁ କୁହାଯାଇଥିଲା। ସଦାଶିବ ସେହି ନମ୍ବରରେ କଲ୍ କରିବା ପରେ ତାହା ସାଇବର ଫ୍ରଡର ନମ୍ବର ଥିବା ସେ ଜାଣିପାରିନଥିଲେ। ସାଇବର ଫ୍ରଡ ତାଙ୍କୁ କୁଇକ୍ ଆପ୍ ଲୋଡ୍ ସହ ୧୦ ଟଙ୍କା ପଠାଇବାକୁ କହିଥିଲା।

ଏହି ଆପକୁ ଲୋଡ୍ କରିବା ସହ ସଦାଶିବ ନିଜ ଡେବିଟ୍ କାର୍ଡ ଡିଟେଲ ସହ ଓଟିପି ମଧ୍ୟ ଦେଇଦେଇଥିଲେ। ତିନିଘଣ୍ଟା ଭିତରେ ତାଙ୍କର ମୋବାଇଲ ଆଉ କାମକରି ନଥିଲା। ସେହି ମୋବାଇଲରେ ଇଣ୍ଟରନେଟ୍ ମୋବାଇଲ ସମ୍ବନ୍ଧୀୟ ତଥ୍ୟ ବି ଥିଲା। କିଛି ସମୟ ପରେ ମୋବାଇଲ ହ୍ୟାକ ହୋଇଥିବା ପରିବାର ଲୋକେ କହିଥିଲେ। ଏହା ପରେ ସେମାନେ ବ୍ୟାଙ୍କ୍ ଯାଇ ଡିଟେଲ୍ସ ବୁଝିଥିଲେ। ସେଠାରୁ ଜାଣିବାକୁ ପାଇଥିଲେ ଯେ ସେମାନେ ୧୩ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି।

Advertisment

ଫିକ୍ସଡ୍ ଡିପୋଜିଟ ଟଙ୍କାକୁ ସେଭିଙ୍ଗ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଜାଣିବାକୁ ପାଇଥିଲେ। ପରେ ସେହି ଟଙ୍କାକୁ ସାଇବର ଫ୍ରଡ୍ ମୁମ୍ବାଇର ୩ଟି ବ୍ୟାଙ୍କକୁ ଟ୍ରାନ୍ସଫର କରିଥିବା ଜଣାପଡିଛି। ଏଥିରେ କ୍ରେଡିଟ୍ କାର୍ଡରୁ ମଧ୍ୟ ସାଇବର୍ ଠକ ୮୦ ହଜାର ଟଙ୍କା ଉଠାଇ ନେଇଛନ୍ତି। ତେବେ ଫିକ୍ସଡ ଡିପୋଜିଟ୍ ଭାଙ୍ଗି ସାଇବର ଲୁଟେରା କିପରି ଟଙ୍କା ନେଲେ। ଏହାଛଡ଼ା କମ୍ ସମୟ ଭିତରେ ଏତେ ପରିମାଣର ଟଙ୍କା ଟ୍ରାନ୍ସଫର ହେଉଥିବାବେଳେ ବ୍ୟାଙ୍କ୍ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ। ତାକୁ ନେଇ ଉଠିଛି ପ୍ରଶ୍ନ। ଘଟଣା ପରେ ସାଇବର ଠକେଇ ହୋଇଥିବା ନେଇ ସାଇବର ସେଲରେ ଅଭିଯୋଗ କରାଯାଇଛି।

Online Fraud Cyber Crime