Advertisment

ଫେରିଲା ପୂର୍ବ ସ୍ଥିତି : ଦ୍ୱିତୀୟ ଓ ଚତୁର୍ଥ ଶନିବାର ସବୁ ସରକାରୀ ଅଫିସ୍ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମାମଲା ହ୍ରାସ ପାଇବା ସହ କୋଭିଡ୍ କଟକଣାକୁ ସରକାର କୋହଳ କରିବା ପରେ ସରକାରୀ ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ରହିବ । ଅନ୍ୟ ଶନିବାରଗୁଡ଼ିକରେ ସରକାରୀ ଅଫିସ୍ ଚାଲିବ। ଏହା ସହିତ ସମସ୍ତ କର୍ମଚାରୀଙ୍କୁ ନିୟମିତ ଭାବେ ଅଫିସ କାର୍ଯ୍ୟରେ […]

author-image
Ordigital Desk
ଅଦ୍ୟତନ ହୋଇଛି
ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର

govt-office

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମାମଲା ହ୍ରାସ ପାଇବା ସହ କୋଭିଡ୍ କଟକଣାକୁ ସରକାର କୋହଳ କରିବା ପରେ ସରକାରୀ ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ରହିବ । ଅନ୍ୟ ଶନିବାରଗୁଡ଼ିକରେ ସରକାରୀ ଅଫିସ୍ ଚାଲିବ। ଏହା ସହିତ ସମସ୍ତ କର୍ମଚାରୀଙ୍କୁ ନିୟମିତ ଭାବେ ଅଫିସ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ କୁମାର ଚୋପ୍ରା ଆଜି ଅଗଷ୍ଟ ମାସରୁ ରାଜ୍ୟ ସରକାରଙ୍କ ସବୁ ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧିକାଂଶ କର୍ମଚାରୀ ଦୁଇ ଡୋଜ୍ ଟିକା ନେଇସାରିଥିବାରୁ ସେମାନେ ନିୟମିତ ଭାବେ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି। ଯେଉଁ କର୍ମଚାରୀମାନେ ସ୍ୱାସ୍ଥ୍ୟଗତ ଅବା ଚିକିତ୍ସାଗତ କାରଣରୁ ଟିକା ନେଇନାହାନ୍ତି ସେମାନେ ନିଜର କର୍ତ୍ତୃପକ୍ଷ(ବିଭାଗୀୟ ମୁଖ୍ୟ)ଙ୍କୁ ଅବଗତ କରିବେ ତଥା ସେମାନଙ୍କର ଆବେଦନକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ଆବଶ୍ୟକ ନିଷ୍ପତ୍ତି ନେବେ।

ଆଉ ଯେଉଁ କର୍ମଚାରୀମାନେ ଟିକା ନେଇନାହାନ୍ତି କିମ୍ବା ସେମାନଙ୍କୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ରିହାତି ମିଳିନଥିବ ସେମାନେ ଅଫିସ୍ ଆସିପାରିବେ ନାହିଁ ଓ ସେମାନଙ୍କର ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ
ଅଫିସରେ କର୍ମଚାରୀମାନଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ବିଭାଗ ପକ୍ଷରୁ ୨୦୨୦ ଜୁନ୍ ୮ ଓ ଜୁଲାଇ ୨୩ତାରିଖରେ ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନକୁ  କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଚୋପ୍ରା କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ କିଛିମାସର ବ୍ୟବଧାନ ପରେ ରାଜ୍ୟ ସରକାରୀ ଅଫିସଗୁଡ଼ିକ ପ୍ରତି ମାସର ଦ୍ୱିତୀୟ ଓ ଚତୁ୍‌ର୍ଥ ଶନିବାର ଛୁଟି ରହିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି।

Advertisment
COVID Guideline