Advertisment

Revenue Minister ସୁରେଶ ପୂଜାରୀ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ମଙ୍ଗଳବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଓ ଅସ୍ୱାଭାବିକତା ଅନୁଭବ କରିବାରୁ ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ୱରସ୍ଥିତ ଏମସ ଜରୁରୀକାଳୀନ ୱାର୍ଡକୁ ନିଆଯାଇଥିଲା । ତାଙ୍କୁ ଅଧିକ ନିରୀକ୍ଷଣ ପାଇଁ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ(ସିଟିଭି) ଆଇସିୟୁରେ ରଖାଯାଇଛି ।

revenue-minister
Advertisment

ବରିଷ୍ଠ ବିଜେପି ନେତା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

Advertisment


ଏମସ୍ ସୂତ୍ରରୁ ମିଳିଥିବା ଅନୁସାରେ, ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ମଙ୍ଗଳବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଓ ଅସ୍ୱାଭାବିକତା ଅନୁଭବ କରିବାରୁ ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ୱରସ୍ଥିତ ଏମସ ଜରୁରୀକାଳୀନ ୱାର୍ଡକୁ ଅଣାଯାଇଥିଲା । ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଅଧିକ ନିରୀକ୍ଷଣ ପାଇଁ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ(ସିଟିଭି) ଆଇସିୟୁରେ ରଖାଯାଇଛି ।

ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ଅବଜରଭେସନରେ ରଖିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅସୁସ୍ଥତା ଖବର ପାଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏମସ୍ ଯାଇ ତାଙ୍କୁ ଭେଟିଛନ୍ତି ।

Advertisment

ଦଳର କିଛି ନେତା, ସମର୍ଥକ ଓ କର୍ମୀ ଏମସରେ ପହଂଚିଥିବା ଦେଖିବାକୁ ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏମସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମେଡିକାଲ ବୁଲେଟିନ୍ ଜାରି କରାଯାଇନାହିଁ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସମ୍ପର୍କରେ ଏମସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe