Advertisment

ମହାମାରୀରେ ବି ବଦଳୁନି ମନ୍ତ୍ରୀମାନଙ୍କ ଆଦବକାଇଦା, ରାଜକୋଷ ଉପରେ ଚାପ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ଯୋଗୁ ରାଜ୍ୟର ରାଜକୋଷ ଗୁୁରୁତର ପ୍ରଭାବିତ ହୋଇଥିବାବେଳେ ତା’ର ପ୍ରଭାବ ମନ୍ତ୍ରୀମାନଙ୍କ ଆଦବକାଇଦା ଓ ରାଜକୀୟ ଠାଣିକୁ ପ୍ରଭାବିତ କରିପାରିନି। କରୋନା ମହାମାରୀରେ ସରକାରୀ ଲକଡାଉନ୍ ଓ ସଟଡାଉନ ଯୋଗୁ ଆର୍ଥିକ ଉପାର୍ଜନର ସବୁ ବାଟ ବନ୍ଦ ଯୋଗୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଥିବାବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଖର୍ଚ୍ଚକାଟ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ଏପଟେ ରାଜ୍ୟର ମନ୍ତ୍ରୀମାନେ ନିଜର ବିଳାସବ୍ୟସନ ପାଇଁ ରାଜ୍ୟ ରାଜକୋଷକୁ ଲୁଟ୍ କରିବାରେ ଲାଗିଛନ୍ତି। ରାଜ୍ୟରେ […]

ବିଜେପି ରାଜ୍ୟ ସଭାପତିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

naveen1

Advertisment

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ଯୋଗୁ ରାଜ୍ୟର ରାଜକୋଷ ଗୁୁରୁତର ପ୍ରଭାବିତ ହୋଇଥିବାବେଳେ ତା’ର ପ୍ରଭାବ ମନ୍ତ୍ରୀମାନଙ୍କ ଆଦବକାଇଦା ଓ ରାଜକୀୟ ଠାଣିକୁ ପ୍ରଭାବିତ କରିପାରିନି। କରୋନା ମହାମାରୀରେ ସରକାରୀ ଲକଡାଉନ୍ ଓ ସଟଡାଉନ ଯୋଗୁ ଆର୍ଥିକ ଉପାର୍ଜନର ସବୁ ବାଟ ବନ୍ଦ ଯୋଗୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଥିବାବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଖର୍ଚ୍ଚକାଟ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ଏପଟେ ରାଜ୍ୟର ମନ୍ତ୍ରୀମାନେ ନିଜର ବିଳାସବ୍ୟସନ ପାଇଁ ରାଜ୍ୟ ରାଜକୋଷକୁ ଲୁଟ୍ କରିବାରେ ଲାଗିଛନ୍ତି।

Advertisment

ରାଜ୍ୟରେ ପ୍ଲାଜମା ଥେରାପୀ ମାଧ୍ୟମରେ କରୋନା ସଂକ୍ରମିତଙ୍କୁ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ୍ କରିବାପରେ ଗତ ୨୪ତାରିଖରେ ସମସ୍ତ ୨୦ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇ ସୁସ୍ଥ ହେଉଥିବା କରୋନା ପ୍ରଭାବିତଙ୍କଠୁ ପ୍ଲାଜମା ସଂଗ୍ରହ ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଆଉ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଦାୟିତ୍ୱକୁ ଆଶୀର୍ବାଦ ଭାବି ମନ୍ତ୍ରୀମାନେ ରାଜକୋଷ ଅର୍ଥରେ ନିଜର ଆଦବକାଇଦା ଦେଖାଇବା ଆରମ୍ଭ କରିଦେଇଛନ୍ତି। ରାଜ୍ୟରେ ଯେଉଁମାନେ ପ୍ଲାଜମା ଦେବାକୁ ଆଗେଇ ଆସୁଛନ୍ତି ସେମାନେ ସମାଜ ପ୍ରତି ନିଜର କର୍ତ୍ତବ୍ୟକୁ ସମ୍ପାଦନ ପାଇଁ ସ୍ୱଇଚ୍ଛାରେ ଆସୁଥିବାବେଳେ ଏଥିରେ ଏହି ମନ୍ତ୍ରୀମାନଙ୍କର କାର୍ଯ୍ୟ କ’ଣ ତାହା କେବଳ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ହିଁ କହିପାରିବ। ତେବେ ତଥ୍ୟ କହୁଛି, ମନ୍ତ୍ରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତର ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ମାତ୍ର ମୋଟ୍ ୩୦ଜଣ ଡୋନର ନିଜର ପ୍ଲାଜମା ଦେବାକୁ ଆଗେଇ ଆସିଥିବାବେଳେ ଏଥିରେ ମନ୍ତ୍ରୀମାନଙ୍କ ଭୂମିକା ନଗଣ୍ୟ।

ଏପଟେ, କରୋନା ମହାମାରୀ ସମୟରେ ପ୍ଲାଜମା ଦାନ ସଚେତନତା ପାଇଁ ମିଳିଥିବା ଜିଲ୍ଲା ଦାୟିତ୍ୱକୁ କିଛି ମନ୍ତ୍ରୀ ନିଜର ସମ୍ମାନ ଓ ପ୍ରତିଷ୍ଠାର ବିଷୟ ଭାବି ସରକାରଙ୍କ ଖର୍ଚ୍ଚକାଟ ବିପରୀତ ବିମାନ ଚଢ଼ି ଜିଲ୍ଲା ଗସ୍ତରେ ଯିବାକୁ ପଛାଉ ନାହାନ୍ତି। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ସେମାନଙ୍କୁ ଆବଣ୍ଟିତ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ସ୍ୱତନ୍ତ୍ର ବିମାନରେ ଯାଇ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ତେବେ ଆଦିବାସୀବହୁଳ ଏହି ଦୁଇ ଜିଲ୍ଲାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମରୁଡ଼ି ଥିବାବେଳେ ଦୁଇ ମନ୍ତ୍ରୀ ଶ୍ରୀ ଦାସ ଓ ଶ୍ରୀ ବେହେରାଙ୍କ ଏଭଳି ପ୍ରହସନ କ’ଣ ଲୋକଙ୍କ ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି? ସରକାର ଖର୍ଚ୍ଚକାଟ କରୁଥିବାରୁ ନୈତିକତାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଦ୍ୱୟ ଚାହିଁଥିଲେ ସଡ଼କ ମାର୍ଗରେ ସହଜରେ ଜିଲ୍ଲା ଗସ୍ତରେ ଯାଇପାରିଥାନ୍ତେ ଅବା ଡିଜିଟାଲ ମାଧ୍ୟମରେ ସମୀକ୍ଷା କରିପାରିଥାନ୍ତେ।  ଅବଶ୍ୟ ମନ୍ତ୍ରୀଙ୍କ ବିମାନ ଚଢ଼ାକୁ ନେଇ ବିଜେପି ମଧ୍ୟ କଡ଼ା ସମାଲୋଚନା କରିଛି। ଗତ କିଛିଦିନ ତଳେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିମାନ ଗସ୍ତକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଥିଲା।

Advertisment

ମହାମାରୀରେ ଗୋଟିଏପଟେ ଖର୍ଚ୍ଚକାଟ କଥା ରାଜ୍ୟ ସରକାର କହୁଥିବାବେଳେ ଅନ୍ୟପଟେ ୧.୮୩ କୋଟି ଟଙ୍କାରେ ଏୟାରକ୍ରାଫ୍ଟ ସି-୯୦କୁ ଭଡ଼ାରେ ଆଣି ରଖିଛନ୍ତି। ଏହି ଏୟାରକ୍ରାଫ୍ଟ ଜୁନ୍ ୧୫ରୁ ଅଗଷ୍ଟ ୧୪ତାରିଖ ମଧ୍ୟରେ ୨ମାସ ପାଇଁ ୪୦ଘଣ୍ଟା ଉଡ଼ାଣ କରିବ ଓ ଅତିରିକ୍ତ ଉଡ଼ାଣ କଲେ ଘଣ୍ଟାପିଛା ୭୫ହଜାର ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିବ। ଓଏସଏସ୍ ମ୍ୟାନେଜମେଣ୍ଟ ସହ ରାଜ୍ୟ ସରକାର ଏଭଳି ଚୁକ୍ତି ମଧ୍ୟ କରିଛନ୍ତି। ଏହି ଏୟାରକ୍ରାଫ୍ଟ ସହ ଅନ୍ୟଏକ ଏୟାରକ୍ରାଫ୍ଟକୁ ମଧ୍ୟ ସରକାର ଭଡ଼ାରେ ଆଣି ରଖିଥିବା ଜଣାପଡ଼ିଛି।
ସେହିପରି ମନ୍ତ୍ରୀଙ୍କ କ୍ୱାଟର୍ସ ମରାମତି ଓ ସୌନ୍ଦର୍ଯ୍ୟକରଣ ନାଁରେ ମଧ୍ୟ ରାଜକୋଷରୁ ଆଖିବୁଜା ଖର୍ଚ୍ଚ ହୋଇଛି। ରାଜସ୍ୱ ମନ୍ତ୍ରୀଙ୍କ ବାସଭବନରେ ୧୬.୯୫ଲକ୍ଷ, ଜଳସମ୍ପଦ ମନ୍ତ୍ରୀ ୧୨.୦୧ଲକ୍ଷ, ବାଣିଜ୍ୟ ମନ୍ତ୍ରୀ ୧୦.୩୨ଲକ୍ଷ, କ୍ରୀଡ଼ା ମନ୍ତ୍ରୀ ୬.୬୨ଲକ୍ଷ, ପର୍ଯ୍ୟଟନ ମନ୍ତ୍ରୀ ୮.୮୯ଲକ୍ଷ ଓ ମହିଳା ଶିଶୁବିକାଶ ମନ୍ତ୍ରୀଙ୍କ ବାସଭବନରେ ୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ରାଜକୋଷ ଉପରେ ଚାପ ପକାଇ ମନ୍ତ୍ରୀମାନେ କିଭଳି ନିଜର ଆଦବକାଇଦା ଦେଖାଉଛନ୍ତି ତାହା ଏଥିରୁ ପ୍ରମାଣିତ ହେଉଛି।
କେବଳ ସେତିକି ନୁହେଁ, କରୋନା ମହାମାରୀ ସମୟରେ ଲୋକଙ୍କ ଉଭୟ ଜୀବନ ଓ ଜୀବିକାର ସୁରକ୍ଷା ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ଥିବାବେଳେ ସବୁ ବର୍ଗର ଲୋକଙ୍କ ଜୀବିକା କିଭଳି ସୁନିଶ୍ଚିତ ହୋଇପାରିବ ଓ ସେମାନଙ୍କୁ ବିକଳ୍ପ ଉପାର୍ଜନର ପନ୍ଥା ଦେଇ ହେବ, ସେ ନେଇ ସରକାରୀସ୍ତରରେ ସାମାନ୍ୟ ପଦକ୍ଷେପ ନିଆଯାଉନି। ଓଲଟା ମନରେଗା ଯୋଜନାରେ ଗାଁ ଗହଳିରେ ମେସିନରେ କାମ କରି କେବଳ ଶାସକ ଦଳର କର୍ମୀମାନଙ୍କୁ ପୋଷା ଚାଲିଛି। ଆଉ ଏହି କାମରେ ବି ପିସି ନେବାକୁ କିଛି ମନ୍ତ୍ରୀ ଭୁଲୁନାହାନ୍ତି। ଉପକୂଳ ଜିଲ୍ଲାର ଜଣେ ନବାଗତ ମନ୍ତ୍ରୀ କୁଆଡ଼େ ମନରେଗା କାମ ପାଇଁ ଗୋଟିଏ ବ୍ଲକରୁ ୧୦ଲକ୍ଷ ଟଙ୍କାର ପିସି ନେଇଥିବା ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe