ପାନ୍ଥ ନିବାସରେ ବାପି ସର୍ଖେଲଙ୍କ ନେତୃତ୍ୱରେ ମେଳି, ନିରଞ୍ଜନ କହିଲେ ମୁଁ ମୁକ୍ତି ଚାହେଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖା ଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସକୁ ଠିକ୍ ନେତୃତ୍ୱ ଦେଇ ପାରିନାହାନ୍ତି ବୋଲି ଅଭିଯୋଗ କରି ଆରମ୍ଭ ହୋଇଛି ନେତାଙ୍କ ମେଳି। ଭୁବନେଶ୍ୱର ପାନ୍ଥ ନିବାସରେ ବାପି ସର୍ଖେଲଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଏକାଠି ହୋଇଛନ୍ତି। ନିରଞ୍ଜନଙ୍କୁ ହଟାଇ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ନେତାମାନେ ଦାବି କରିଛନ୍ତି। ଅଭିଯୋଗ ହେଉଛି ଯେ, ସାଧାରଣ ନିର୍ବାଚନ ଓ ଦୁଇଟି […]

pcc

Puspanjali Panda
  • Published: Wednesday, 30 October 2019
  • , Updated: 30 October 2019, 04:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖା ଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସକୁ ଠିକ୍ ନେତୃତ୍ୱ ଦେଇ ପାରିନାହାନ୍ତି ବୋଲି ଅଭିଯୋଗ କରି ଆରମ୍ଭ ହୋଇଛି ନେତାଙ୍କ ମେଳି। ଭୁବନେଶ୍ୱର ପାନ୍ଥ ନିବାସରେ ବାପି ସର୍ଖେଲଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଏକାଠି ହୋଇଛନ୍ତି।

ନିରଞ୍ଜନଙ୍କୁ ହଟାଇ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ନେତାମାନେ ଦାବି କରିଛନ୍ତି।

ଅଭିଯୋଗ ହେଉଛି ଯେ, ସାଧାରଣ ନିର୍ବାଚନ ଓ ଦୁଇଟି ଉପନିର୍ବାଚନ ଫଳାଫଳରୁ କଂଗ୍ରେସ କର୍ମୀ ହତାଶ ହୋଇ ପଡ଼ିଲେଣି। ତେଣୁ ଦଳକୁ ରକ୍ଷା କରିବା ପାଇଁ ପିସିସି ସଭାପତି ବଦଳିବା ଦରକାର। ଏ ସଂପର୍କରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟି ଅବଗତ କରାଇବେ ବୋଲି ନେତାମାନେ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀ ଯାଇ ସୋନିଆଙ୍କୁ ଭେଟିବେ ବୋଲି ଏକ ପ୍ରକାର ସ୍ଥିର ହୋଇଛି।

ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ମତେ କହନ୍ତୁ। ମୁଁ ସେମାନଙ୍କ ନାଁ ଏଆଇସିସିକୁ ସୁପାରିଶ କରିବି। କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ ନୁହେଁ, ଏହା ପୁରୁଣା ରୋଗ। ପିସିସିରେ ପଦବୀ କି ଟିକେଟ ପାଇନଥିବା ଲୋକ ଏମିତି କରୁଛନ୍ତି। ମୋତେ ବାହାର କରିବାକୁ ବୈଠକ କରିବା କିଛି ଦରକାର ନାହିଁ। ମୁଁ ରହିବାକୁ ଚାହୁଁନି, ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କୁହନ୍ତୁ।’

Related story