Advertisment

ଦେଢ଼ମାସ ହେଲାଣି ଖାଲି ପଡ଼ିଛି ବିଡିଓ ପଦବୀ; ଅଫିସ୍‌ରେ ତାଲା ପକାଇଲେ ବ୍ଲକ୍‌ ଅଧ୍ୟକ୍ଷା

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ଆଜି ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଦେଢ଼ମାସ ହେଲା ବିଡିଓ ପଦବୀ ଖାଲି ପଡ଼ିଥିବା ପ୍ରତିବାଦରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ବିଡିଓଙ୍କ ବଦଳି ପରେ ରିଆମାଳ ତହସିଲଦାର ବିମଳା ବିରୁଡ଼ିଙ୍କୁ ଅସ୍ଥାୟୀ ଭାବେ ଏହି ପଦବୀରେ ଅବସ୍ଥାପିତ କରାଯାଇଛି। ମାତ୍ର ସେ କୌଣସି ଫାଇଲ୍ ଓ କାଗଜପତ୍ରରେ ଦସ୍ତଖତ କରୁ ନଥିବାରୁ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଆଗେଇ ପାରୁନାହିଁ। ଇନ୍ଦିରା […]

ଅଦ୍ୟତନ ହୋଇଛି
ଦେଢ଼ମାସ ହେଲାଣି ଖାଲି ପଡ଼ିଛି ବିଡିଓ ପଦବୀ; ଅଫିସ୍‌ରେ ତାଲା ପକାଇଲେ ବ୍ଲକ୍‌ ଅଧ୍ୟକ୍ଷା

blockoffice

Advertisment

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ଆଜି ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଦେଢ଼ମାସ ହେଲା ବିଡିଓ ପଦବୀ ଖାଲି ପଡ଼ିଥିବା ପ୍ରତିବାଦରେ ସେ ଏଭଳି ପଦକ୍ଷେପ ନେଇଛନ୍ତି।

Advertisment

ବିଡିଓଙ୍କ ବଦଳି ପରେ ରିଆମାଳ ତହସିଲଦାର ବିମଳା ବିରୁଡ଼ିଙ୍କୁ ଅସ୍ଥାୟୀ ଭାବେ ଏହି ପଦବୀରେ ଅବସ୍ଥାପିତ କରାଯାଇଛି। ମାତ୍ର ସେ କୌଣସି ଫାଇଲ୍ ଓ କାଗଜପତ୍ରରେ ଦସ୍ତଖତ କରୁ ନଥିବାରୁ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଆଗେଇ ପାରୁନାହିଁ। ଇନ୍ଦିରା ଆବାସ ଯୋଜନାଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନ କାର୍ଯ୍ୟ ଅଟକି ରହିଛି। ଏଥିଯୋଗୁ ବିଶେଷ କରି ଗରିବ ହିତାଧିକାରୀମାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି।

ଏହି ସମସ୍ୟାର ସମାଧାନ ନିମନ୍ତେ ବ୍ଲକ୍ ଅଧ୍ୟକ୍ଷା ଏକାଧିକ ଥର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ସ୍ଥାୟୀ ବିଡିଓ ଅବସ୍ଥାପିତ କରିବାକୁ ସେ ଦାବି କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେଥିପାଇଁ ସେ ଆଜି ବ୍ଲକ୍ ଅଫିସ୍‌ରୁ ସମସ୍ତ କର୍ମଚାରୀଙ୍କୁ ବାହାରକୁ ଡାକି ଆଣିବା ପରେ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ତେଣୁ ଅଫିସ୍‌ର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe