Advertisment

ୱାର୍ଡସ୍ତରରେ କମିଟି କରିବ ମହିଳା ବିଜେଡି: ଆରମ୍ଭରୁ ଫାଟ, ଆସିଲେନି ଲୋପାମୁଦ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩ମାସ ମଧ୍ୟରେ ବିଜେଡି ମହିଳା ଶାଖା ପ୍ରତ୍ୟେକ ପଞ୍ଚାୟତ ଓ ୱାର୍ଡରେ ନିଜର କମିଟି ଗଠନ କରି ସାଂଗଠନିକ କାର୍ଯ୍ୟକୁ ସକ୍ରିୟ କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ନବନିଯୁକ୍ତ ବିଜେଡି ମହିଳା ଶାଖାର ଆଜି ପ୍ରଥମ ବୈଠକରେ କାର୍ଯ୍ୟକାରୀ ସଭାପତି ଲୋପାମୁଦ୍ରା ବକ୍ସିପାତ୍ର ଅନୁପସ୍ଥିତ ରହିଥିଲେ। ବୈଠକରେ ଲୋପାମୁଦ୍ରା ସାମିଲ ନହେବା ପରୋକ୍ଷରେ ମହିଳା ଶାଖାରେ ରହିଥିବା ଫାଟକୁ ପଦାରେ ପକାଇଛି ବୋଲି ବିଜେଡି ମହଲରେ ଚର୍ଚ୍ଚା। ସୂଚନା ଅନୁସାରେ ବିଜେଡି […]

ୱାର୍ଡସ୍ତରରେ କମିଟି କରିବ ମହିଳା ବିଜେଡି: ଆରମ୍ଭରୁ ଫାଟ, ଆସିଲେନି ଲୋପାମୁଦ୍ରା

BMJD_Photo final

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩ମାସ ମଧ୍ୟରେ ବିଜେଡି ମହିଳା ଶାଖା ପ୍ରତ୍ୟେକ ପଞ୍ଚାୟତ ଓ ୱାର୍ଡରେ ନିଜର କମିଟି ଗଠନ କରି ସାଂଗଠନିକ କାର୍ଯ୍ୟକୁ ସକ୍ରିୟ କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ନବନିଯୁକ୍ତ ବିଜେଡି ମହିଳା ଶାଖାର ଆଜି ପ୍ରଥମ ବୈଠକରେ କାର୍ଯ୍ୟକାରୀ ସଭାପତି ଲୋପାମୁଦ୍ରା ବକ୍ସିପାତ୍ର ଅନୁପସ୍ଥିତ ରହିଥିଲେ। ବୈଠକରେ ଲୋପାମୁଦ୍ରା ସାମିଲ ନହେବା ପରୋକ୍ଷରେ ମହିଳା ଶାଖାରେ ରହିଥିବା ଫାଟକୁ ପଦାରେ ପକାଇଛି ବୋଲି ବିଜେଡି ମହଲରେ ଚର୍ଚ୍ଚା।

Advertisment

ସୂଚନା ଅନୁସାରେ ବିଜେଡି ମହିଳା ଶାଖାର ନବନିଯୁକ୍ତ ପଦାଧିକାରୀଙ୍କ ଆଜି ଏକ ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିଜେଡି ମହିଳା ଶାଖା ସଭାପତି ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବନିଯୁକ୍ତ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

[caption id="attachment_299758" align="alignnone" width="750"]publive-image ଲୋପାମୁଦ୍ରା ବକ୍ସିପାତ୍ର[/caption]

Advertisment

ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣି ସେମାନଙ୍କର ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୀତିକ ଅଭିବୃଦ୍ଧି ନିମନ୍ତେ ବିଜେଡି ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛି, ତାହା ଆଗାମୀ ଦିନରେ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛିି। ବୈଠକରେ କାର୍ଯ୍ୟକର୍ତ୍ତାମାନେ ସଂଗଠନକୁ ସୁଦୃଢ଼ କରିବା ଦିଗରେ ବିଚାର ଆଲୋଚନା କରି ଆଗାମୀ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିଥିଲେ। ୩ମାସ ମଧ୍ୟରେ ବିଜୁ ମହିଳା ଜନତା ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ ଓ କ୍ରିୟାଶୀଳ କରିବା ଲାଗି ପ୍ରତ୍ୟେକ ୱାର୍ଡ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯିବ ବୋଲି ସ୍ଥିର ହୋଇଛି।

ଆସିଲେନି ଲୋପାମୁଦ୍ରା

ତେବେ ବୈଠକରେ ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବକ୍ସିପାତ୍ର ଅନୁପସ୍ଥିତ ରହିଥିଲେ। ଦଳୀୟ ସୂତ୍ର ଅନୁସାରେ ମହିଳା କମିଶନ ଅଧ୍ୟକ୍ଷା ପଦରୁ ନିର୍ଦ୍ଧାରିତ ସମୟ ପୂର୍ବରୁ କାଢ଼ି ଦିଆଯିବା ଓ ତାଙ୍କର ବରିଷ୍ଠତାକୁ ଅଣଦେଖା କରି କାର୍ଯ୍ୟକାରୀ ସଭାପତି ପଦବୀରେ ଅବସ୍ଥାପିତ କରାଯିବାକୁ ଶ୍ରୀମତୀ ବକ୍ସିପାତ୍ର ସହଜରେ ଗ୍ରହଣ କରିପାରିନାହାନ୍ତି। ବିଜେଡିରେ ଦୀର୍ଘବର୍ଷ ଧରି ସକ୍ରିୟ ଭାବେ କାମ କରିଥିଲେ ମଧ୍ୟ କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ଦାୟିତ୍ୱ ଦେଇ ଦଳ ତାଙ୍କୁ ସଂଗଠନରେ ପଦୋନ୍ନତି ପରିବର୍ତ୍ତେ ଅବନତି ଘଟାଇଛି। ଏହି କାରଣରୁ ଶ୍ରୀମତୀ ବକ୍ସିପାତ୍ର ଆଜିର କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା। ଆସନ୍ତା ୨୬ତାରିଖରେ ନବନିଯୁକ୍ତ ମହିଳା ପଦାଧିକାରୀମାନେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe