river-22
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୦ଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଯାଇଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ଜଳସମ୍ପଦ ବିଭାଗ ନଜର ରଖିଛି। କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳ, ଅନୁଗୋଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଏବଂ କଳାହାଣ୍ଡି, କୋରାପୁଟ ଓ ମାଲକାନଗିରରେ ରହିଥିବା ସମସ୍ତ ନଦୀ ବନ୍ଧର ସୁରକ୍ଷା ପାଇଁ ବାଲି ବସ୍ତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।
ପୁରୀ ଜିଲାରେ ସର୍ବାଧିକ ୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଛି ବୋଲି ଜଳସମ୍ପଦ ବିଭାଗ ଇଞ୍ଜିନିୟର-ଇନ୍ -ଚିଫ୍ ଜ୍ୟୋର୍ତିମୟ ରଥ ସୂଚନା ଦେଇଛନ୍ତି। ୨୦୦୮ ମସିହାରେ ଜଳସମ୍ପଦ ବିଭାଗ ପ୍ରସ୍ତୁତ କରିଥିବା ଗାଇଡ୍ ଲାଇନ୍ ଅନୁଯାୟୀ ବିପଦପୂର୍ଣ୍ଣ ଦୁର୍ବଳ ନଦୀବନ୍ଧର ମରାମତି କରାଯାଉଥିବା କଥା ବି ସେ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/river-22.jpg)