/odisha-reporter/media/post_attachments/uploads/2018/09/kaliya-ok.jpg)
kaliya-ok
ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର କାଳୀୟ ଦଳନ ବେଶ। ଜନ୍ମାଷ୍ଟମୀ ପରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା କୃଷ୍ଣଜନ୍ମ ନୀତିରେ ଏହା ହେଉଛି ଏକ ପ୍ରମୁଖ ବେଶ। ଏହି ବେଶରେ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରାଯାଇ ଗୋଟିଏ ହାତରେ ଅମୃତ ଲଡ଼ୁ ଧାରଣ କରାଇ ଦିଆଯାଇଥାଏ। ପାଦତଳେ ମହାପ୍ରଭୁ କାଳୀୟ ନାଗକୁ ଦମନ କରୁଥିବା ବେଳେ ଗୋଟିଏ ହାତରେ ଉକ୍ତ ନାଗର ଲାଞ୍ଜ ଧାରଣ କରିଥାନ୍ତି। ଶ୍ରୀ ମନ୍ଦିରରେ ସନ୍ଧ୍ୟାଧୂପ ପରେ ଏହି ବେଶ ଅନୁଷ୍ଠିତ ହେଉଥିବେ ବେଳେ ମଦନ ମୋହନ ଆଜ୍ଞାମାଳ ପ୍ରାପ୍ତ ହୋଇ ହୋଇ ତୀର୍ଥ ପୁଷ୍କରିଣୀରେ କାଳୀୟ ଦଳନ ନୀତି ସମ୍ପନ୍ନ କରିଥାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
