ପୁରୀ(ମଧୁସୂଦନ ମିଶ୍ର): ଆଜି ପବିତ୍ର ହରି ଶୟନ ଏକାଦଶୀ। ଆଜିଠାରୁ ୪ ମାସ ଧରି ଶ୍ରୀହରି ନିଦ୍ରା ଯିବେ। ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ ହୋଇ ନଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରେ ହରିଶୟନ ଏକାଦଶୀ ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥାଏ। ତେବେ ଆଶ୍ଵିନ ମାସ ମଳ ପଡୁଥିବାରୁ ଆଷାଢ଼ ମାସ ଏକାଦଶୀ ପାଳନ ହୋଇଥିଲେ ୫ମାସ ହରି ଶୟନ କରିଥାନ୍ତେ। ତେଣୁ ଶ୍ରାବଣ ମାସ ଏକାଦଶୀରେ ପାଳନ କରାଯାଉଛି।
ଶ୍ରୀ ମନ୍ଦିରରେ ରାତି ସମୟରେ ଏହି ନୀତି ପାଳନ କରାଯିବ। ତିନି ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତୀଙ୍କୁ ରତ୍ନସିଂହାସନକୁ ବିଜେ କରିବେ। ଶ୍ରୀ ବଳଭ୍ରଦଙ୍କ ବାଡରେ ବାସୁଦେବ, ଦେବୀ ସୁଭ୍ରଦାଙ୍କ ବାଡରେ ଭୁବନେଶ୍ୱରୀ ଶ୍ରୀ ଜଗନ୍ନାଥଙ୍କ ବାଡରେ ଶ୍ରୀ ନାରାୟଣଙ୍କୁ ବିଜେ କରାଇବେ। କର୍ପୂର ଆଳତି ଏବଂ ବଡଶୃଙ୍ଗାର ଭୋଗ କରାଯିବା ପରେ ଭଣ୍ଡାର ଦୁଆର ନିକଟ ଘରକୁ ଶୟନ ଠାକୁର ବିଜେ କରିବେ ଏବଂ ଶୟନ ନୀତି ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।