Advertisment

ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର(ଅଜିତ କୁମାର ଦାସ): ଲଘୁଚାପ ଜନିତ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡ଼ା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମି.ମି ଥିବା ବେଳେ ସକାଳ ୧୦ଟା ସୁଦ୍ଧା ୬.୩ ମି.ମିରେ ଜଳ ପ୍ରବାହିତ ହେଉଛି।  ଯଦି ଏହିଭଳି ଭାବରେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ବିପଦ ସଙ୍କେତ ଟପିଲା ଜଳକା

jaleswar

ଜଳେଶ୍ୱର(ଅଜିତ କୁମାର ଦାସ): ଲଘୁଚାପ ଜନିତ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡ଼ା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି।

Advertisment

ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମି.ମି ଥିବା ବେଳେ ସକାଳ ୧୦ଟା ସୁଦ୍ଧା ୬.୩ ମି.ମିରେ ଜଳ ପ୍ରବାହିତ ହେଉଛି।  ଯଦି ଏହିଭଳି ଭାବରେ ବର୍ଷା ଲାଗି ରହେ, ତା’ହେଲେ ବସ୍ତା ବ୍ଳକର ୧୦ଟି ପଞ୍ଚାୟତ ଓ ସଦର ବ୍ଳକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି।