Advertisment

ବିପଦସଙ୍କେତ ଉପରେ ବୋହୁଛି ବୈତରଣୀ, ନଦୀକୂଳିଆ ଲୋକେ ଭୟଭୀତ

ନନ୍ଦପୁର(ମୁନ୍ନା ସିଂ): ବଢୁଛି ବୈତରଣୀ ନଦୀର ଜଳସ୍ତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାଜଘାଟ ନିକଟରେ ବିପଦ ସଙ୍କେତ ଟପିଛି ବୈତରଣୀ। ରାଜଘାଟ ନିକଟରେ ବୈତରଣୀରେ ୩୭.୬୫୦ ମିଟରରେ ପ୍ରବାହିତ ହେଉଛି। ବୈତରଣୀ ନଦୀର ବିପଦ ସଙ୍କେତ ରହିଛି  ୩୭.୪୪୫ ମିଟର। ଗତକାଲି ନଦୀର ଉପର ମୁଣ୍ଡରେ ବର୍ଷା ହେବା ପରେ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ନଦୀକୂଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପରିସ୍ଥିତି ଉପରରେ ନଜର ରଖାଯାଇଛି […]

author-image
Manoranjan Sial
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା: ପୋଲ ଉପରେ ୪ ଫୁଟ୍‌ର ପାଣି 

flood

ନନ୍ଦପୁର(ମୁନ୍ନା ସିଂ): ବଢୁଛି ବୈତରଣୀ ନଦୀର ଜଳସ୍ତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାଜଘାଟ ନିକଟରେ ବିପଦ ସଙ୍କେତ ଟପିଛି ବୈତରଣୀ। ରାଜଘାଟ ନିକଟରେ ବୈତରଣୀରେ ୩୭.୬୫୦ ମିଟରରେ ପ୍ରବାହିତ ହେଉଛି। ବୈତରଣୀ ନଦୀର ବିପଦ ସଙ୍କେତ ରହିଛି  ୩୭.୪୪୫ ମିଟର।
Advertisment
ଗତକାଲି ନଦୀର ଉପର ମୁଣ୍ଡରେ ବର୍ଷା ହେବା ପରେ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ନଦୀକୂଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପରିସ୍ଥିତି ଉପରରେ ନଜର ରଖାଯାଇଛି ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ତପନ କୁମାର ନାୟକ କହିଛନ୍ତି।
ଅନ୍ୟପକ୍ଷରେ ପ୍ରବଳ ବର୍ଷାରେ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଧାମନଗର ବ୍ଲକର ଅସୁରାଳି ଓ କାଶିମପୁର ଗାଁ ପାଣି ଘେରରେ ରହିଛି। ସାଳନ୍ଦୀ ନଦୀର ଦୁଇ ଶାଖା ନଦୀ ରେବ ଓ କପାଳିରେ ବନ୍ୟା ଆସିବାରୁ ଏପରି ପରିସ୍ଥିତି ଉପୁଜିଛି। 
Advertisment
ସେହିପରି ଭଦ୍ରକ ସଦର ବ୍ଲକର ଅର୍ଣ୍ଣପାଳ, ବିଷ୍ଣୁପୁର ବିନ୍ଧା, ଶୁଶୁଆ ଗାଁ ମଧ୍ୟ ପାଣି ଘେରରେ ରହିଛି।