Advertisment

ଧରା ପଡ଼ିଗଲେ ଡୁପ୍ଲିକେଟ ସବ୍‌ଇନ୍ସପେକ୍ଟର; କହିଲେ, ‘ସଉକ ପାଇଁ ପିନ୍ଧିଥିଲି’

ରାଉରକେଲା(ଓଡ଼ିଶା ରିପୋର୍ଟର): ପୁଲିସ୍‌ ପୋଷାକ ପ୍ରତି ଥିଲା ଅହେତୁକ ଦୁର୍ବଳତା। ହେଲେ ପାଠ ପଢ଼ି ଚାକିରି କରିବା ବଦଳରେ ସଟକର୍ଟ ମାରିବାକୁ ଭାବିଥିଲେ ଯୁବକ। ଏପରିକି ୨ ଷ୍ଟାର ଥିବା ପୁଲିସ୍‌ ପୋଷାକ ପିନ୍ଧି ବଜାରରେ ବାଇକ୍‌ ଧରି ବୁଲୁଥିଲେ। ଶେଷରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ନକଲି ସବ୍‌ଇନ୍ସପେକ୍ଟରଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ରାଉରକେଲାରେ ଘଟିଛି।  ଗିରଫ ଯୁବକ ହେଉଛନ୍ତି ୨୧ ବର୍ଷୀୟ ଅଶୋକ କୁମାର ଜେନା। ସୂଚନାଯୋଗ୍ୟ, ସବ୍‌ଇନ୍ସପେକ୍ଟର ୟୁନିଫର୍ମ […]

ଅଦ୍ୟତନ ହୋଇଛି
ଧରା ପଡ଼ିଗଲେ ଡୁପ୍ଲିକେଟ ସବ୍‌ଇନ୍ସପେକ୍ଟର; କହିଲେ, ‘ସଉକ ପାଇଁ ପିନ୍ଧିଥିଲି’

Duplicate sub-inspector

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ପୁଲିସ୍‌ ପୋଷାକ ପ୍ରତି ଥିଲା ଅହେତୁକ ଦୁର୍ବଳତା। ହେଲେ ପାଠ ପଢ଼ି ଚାକିରି କରିବା ବଦଳରେ ସଟକର୍ଟ ମାରିବାକୁ ଭାବିଥିଲେ ଯୁବକ। ଏପରିକି ୨ ଷ୍ଟାର ଥିବା ପୁଲିସ୍‌ ପୋଷାକ ପିନ୍ଧି ବଜାରରେ ବାଇକ୍‌ ଧରି ବୁଲୁଥିଲେ। ଶେଷରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ନକଲି ସବ୍‌ଇନ୍ସପେକ୍ଟରଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ରାଉରକେଲାରେ ଘଟିଛି।  ଗିରଫ ଯୁବକ ହେଉଛନ୍ତି ୨୧ ବର୍ଷୀୟ ଅଶୋକ କୁମାର ଜେନା।

Advertisment

ସୂଚନାଯୋଗ୍ୟ, ସବ୍‌ଇନ୍ସପେକ୍ଟର ୟୁନିଫର୍ମ ପିନ୍ଧି ଗତକାଲି ଅଶୋକ ୧୮ ନମ୍ବର ମାର୍କେଟରେ ବାଇକ୍‌ ଧରି ବୁଲୁଥିଲେ।  ତାଙ୍କ ହାବଭାବକୁ ନେଇ ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଅଶୋକଙ୍କୁ ପଚରାଉଚରା କରିବାରୁ ସେ ପୁଲିସ୍‌ ବିଭାଗରେ ଚାକିରି କରି ନ ଥିବା ବେଳେ ନିଜ ସଉକ ପାଇଁ ୟୁନିଫର୍ମ ପିନ୍ଧି ବୁଲୁଥିବା କହିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ବାନ୍ଧି ଥାନାକୁ ଆଣି ପଚରାଉଚରା କରୁଛି।

Odisha Police Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe