ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇର ଭାଲୁଡୁଙ୍ଗରୀ ନିକଟରେ ଏକ ମିନି ଟ୍ରକ ରାସ୍ତା ମଝିରେ ଓଲଟି ପଡ଼ିବାରୁ ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଣାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି।
ଗତକାଲି ରାତିରେ କୋଇଡ଼ାର ବିର୍ଶାମୁଣ୍ଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ ଜଣ ଲୋକ ଏକ ମିନିଟ୍ରକରେ ଗୁରୁଣ୍ଡିଆ ତୁମେରମୁଣ୍ଡାକୁ ଫେରୁଥିଲେ। ତେବେ ବାଟରେ ଟ୍ରକର ପଛ ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା।