ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଗୁଣପୁର( ଇନ୍ଦ୍ରଜିତ୍‌ କୁମାର ପଣ୍ଡା): ଗୁଣପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଣପୁର-ଗଜପତି ରାସ୍ତାର ଚୈତନ୍ୟଗୁଡ଼ା ନିକଟରେ ଏକ ଟ୍ରକ୍ ବାଇକ ପଛରୁ ଧକ୍କା ଦେବାରୁ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ‌ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ସ୍ୱପ୍ନା ଶବର। ତାଙ୍କ ସ୍ୱାମୀ ଅଭି ଶବରଙ୍କୁ ଗୁରୁତର ଅବସ୍ଥାରେ ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ସ୍ୱାମୀ ସ୍ତ୍ରୀ କରମଡ଼ା ଗାଁରୁ ବାଇକ୍‌ ଯୋଗେ ଗୁଣୁପୁର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଗାଡ଼ି ଚାଳକକୁ ଅଟକ ରଖିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।