Advertisment

ରାସ୍ତା ପାର ବେଳେ ମା’ ଆଗରେ ଚାଲିଗଲା ଝିଅ ଜୀବନ

ପଦ୍ମପୁର(ଓଡ଼ିଶା ରିପୋର୍ଟର): ମୃତ୍ୟୁ ଅଚାନକ କେବେବି ଆସିପାରେ। ଆଜି ରାସ୍ତା ପାର ହେଉଥିବା ବେଳେ ମା’ ଆଗରେ ଝିଅର ଜୀବନ ଚାଲିଯାଇଛି। ପଦ୍ମପୁର ନେହେରୁଗଲି ଛକରେ ଏହି ଘଟଣା ଘଟିଛି। ମୃତକ ଜଣକ ଶ୍ରେୟାନଶୀ ଗଡ଼ଟିଆ(୧୩) ଓ ଆହତ ଜଣକ ତାଙ୍କ ମା’ ପଦ୍ମପୁର ଶାନ୍ତିଙ୍ଗର ସ୍ୱପ୍ନବତୀ ଗଡ଼ଟିଆ। ଦୁହେଁ ମାର୍କେଟକୁ କିଣାକିଣି କରିବା ନିମନ୍ତେ ଆସିଥିଲେ। ଦୁହେଁ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ ଦୃତଗତିରେ ଆସି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଦୁହେଁ […]

ଅଦ୍ୟତନ ହୋଇଛି
ରାସ୍ତା ପାର ବେଳେ ମା’ ଆଗରେ ଚାଲିଗଲା ଝିଅ ଜୀବନ

Road-accident

Advertisment

ପଦ୍ମପୁର(ଓଡ଼ିଶା ରିପୋର୍ଟର): ମୃତ୍ୟୁ ଅଚାନକ କେବେବି ଆସିପାରେ। ଆଜି ରାସ୍ତା ପାର ହେଉଥିବା ବେଳେ ମା’ ଆଗରେ ଝିଅର ଜୀବନ ଚାଲିଯାଇଛି। ପଦ୍ମପୁର ନେହେରୁଗଲି ଛକରେ ଏହି ଘଟଣା ଘଟିଛି। ମୃତକ ଜଣକ ଶ୍ରେୟାନଶୀ ଗଡ଼ଟିଆ(୧୩) ଓ ଆହତ ଜଣକ ତାଙ୍କ ମା’ ପଦ୍ମପୁର ଶାନ୍ତିଙ୍ଗର ସ୍ୱପ୍ନବତୀ ଗଡ଼ଟିଆ। ଦୁହେଁ ମାର୍କେଟକୁ କିଣାକିଣି କରିବା ନିମନ୍ତେ ଆସିଥିଲେ।

Advertisment

ଦୁହେଁ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ ଦୃତଗତିରେ ଆସି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଦୁହେଁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଝିଅକୁ ଡାକ୍ତର ମୃତ ଘୋଷିତ କରିଥିଲେ। ମା’ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ପଦ୍ମପୁର ପୁଲିସ ଅଟକ ରଖିଛି ଓ ବାଇକକୁ ଜବତ କରିଛି। ଏହି ଘଟଣା ନେଇ ଥାନାରେ ଲୋକଙ୍କ ଭିଡ଼ ଜମିଥିଲା। ଉତ୍ତେଜନା ପ୍ରକାଶ ପାଇବାରୁ ଖବର ପାଇ ପଦ୍ମପୁର ଉପଜିଲ୍ଲାପାଳ ଥାନାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତ ପରିବାରକୁ ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେବା ପରେ ଲୋକ ଶାନ୍ତ ପଡ଼ିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe