ଓଡ଼ିଶାରେ ପ୍ରତିଦିନ ଦୁର୍ଘଟଣାରେ ଯାଉଛି ୧୨ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା। ଓଡ଼ିଶାରେ ପ୍ରତିଦିନ ରାସ୍ତାରେ ୧୨ଟି ମୁଣ୍ଡ ଗଡ଼ୁଛି। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ। ରାଜ୍ୟରେ ୨୦୦୮ରୁ ୨୦୧୮ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଦୁର୍ଘଟଣାରେ ୪୩ ହଜାର ୩ ଶହ ୧୨ଜଣଙ୍କ ଜୀବନ ଯାଇଛି। ସେହିଭଳି ୬୧ ହଜାର ୮ଶହ ୮୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୫୭ ହଜାର ୯ ଶହ ୩୭ […]

Accident

Rakesh Mallick
  • Published: Friday, 16 November 2018
  • , Updated: 16 November 2018, 09:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା। ଓଡ଼ିଶାରେ ପ୍ରତିଦିନ ରାସ୍ତାରେ ୧୨ଟି ମୁଣ୍ଡ ଗଡ଼ୁଛି। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ।

ରାଜ୍ୟରେ ୨୦୦୮ରୁ ୨୦୧୮ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଦୁର୍ଘଟଣାରେ ୪୩ ହଜାର ୩ ଶହ ୧୨ଜଣଙ୍କ ଜୀବନ ଯାଇଛି। ସେହିଭଳି ୬୧ ହଜାର ୮ଶହ ୮୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୫୭ ହଜାର ୯ ଶହ ୩୭ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ସେପଟେ ବେପରୁଆ ଗାଡ଼ିଚାଳନା ଯୋଗୁ ଏହି ଅବଧି ମଧ୍ୟରେ ୮୨ ହଜାର ୭ ଶହ ୬୨ଟି ଲାଇସେନ୍ସ ରଦ୍ଦ ହୋଇଛି। ଏହି ସମୟରେ ରାଜ୍ୟରେ ବେପରୁଆ ଗାଡ଼ି ଚାଳନା ନେଇ ୫୪ ହଜାର ୫o୧ଟି ମାମଲା ରୁଜୁ ହୋଇଛି। ଆଇନ୍‌ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୪ କୋଟି ୧୦ଲକ୍ଷ ୩୫ ହଜାର ୮ଶହ ୬୪ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ମନ୍ତ୍ରୀ ଜଣାଇଛନ୍ତି।

Related story