/odisha-reporter/media/post_attachments/uploads/2020/09/ctc-1.jpg)
ctc-1
କଟକ(ଓଡ଼ିଶା ରିପୋର୍ଟର): ଉଗ୍ର ରୂପ ଧାରଣ କଲା ଜମି ବିବାଦ। ଜମି ବିବାଦକୁ ନେଇ ଗତକାଲି ରାତିରେ ବିଡ଼ାନାସୀ ଥାନା ପୁଲିସ୍ କିଛି ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଆଜି ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ଯୋଗୁ ଦେଉଳସାହିରୁ ଷ୍ଟାଡିଅମ ରୋଡ଼୍, ସେଲଟର ଛକରୁ ସତୀଚଉରା ଛକ ଆଡ଼କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସୂଚନାଯୋଗ୍ୟ, ସେଲ୍ଟର ଛକସ୍ଥିତ ଏକ ସଂଗଠନର ଜମିକୁ କିଛି ଲୋକ କିଣିବାକୁ ଚାହୁଁଥିଲେ। ଏହାକୁ ନେତାଜୀ ସଂଘର କିଛି ଲୋକ ବିରୋଧ କରିଥିଲେ। ଏହାକୁ ନେଇ ଗତକାଲି ଗଣ୍ଡଗୋଳ ହୋଇଥିଲା। ଏହାପରେ ବିଡ଼ାନାସୀ ଥାନା ପୁଲିସ୍ ଆସି ସଂଘର କିଛି ଯୁବକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି।
ତେବେ ଯୁବକଙ୍କୁ ଉଠାଇ ନେବା ଘଟଣାର ପ୍ରତିବାଦ କରି ମହିଳାମାନେ ସେଲ୍ଟର ଛକରେ ରାସ୍ତାରୋକ କରିଛନ୍ତି। ଅଟକ ଥିବା ଯୁବକଙ୍କୁ ଛାଡ଼ିବା ଦାବିରେ ମହିଳାମାନେ ରାସ୍ତାରୋକ କରିଛନ୍ତି । ଏହା ସହ ପୁଲସି ପକ୍ଷପାତିତା କରୁଛି ବୋଲି ସଂଘର କିଛି ଲୋକ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
