Advertisment

ଯନ୍ତ୍ରଣା ଦେଉଛି ଖାଲଖମା, ରାସ୍ତାରେ ଗଡ଼ିଗଡ଼ି ପ୍ରତିବାଦ

କଟକ(ଓଡ଼ିଶା ରିପୋର୍ଟର): ରାସ୍ତାରେ ଗଡ଼ିଗଡ଼ି ପ୍ରତିବାଦ। କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ପାଇଁ ଏଭଳି ଅଭିନବ ପ୍ରତିବାଦ କରାଯାଇଛି। ନେତାଜୀ ସୁବାସ ସଂଗଠନ କର୍ମକର୍ତ୍ତାମାନେ ରାସ୍ତାରେ ଗଡି ଗଡି ଏଭଳି ପ୍ରତିବାଦ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର ଦାୟିତ୍ୱହୀନ ମନୋଭାବ ଦେଖାଉଛନ୍ତି। ରାସ୍ତାଘାଟ ଖାଲଖମା ହୋଇ ଯାତାୟତ ବେଳେ ଯାତ୍ରୀଙ୍କୁ ଯନ୍ତ୍ରଣା ଦେଉଛି। ଏହାର ମରାମତି କରାଯାଉନି। ବର୍ଷା ଦିନେ ରାସ୍ତା କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। କେଉଁଟା ରାସ୍ତା, କେଉଁଟା ଖାଲ ଜାଣିବା […]

author-image
Niranjan Mishra
ଅଦ୍ୟତନ ହୋଇଛି
ଯନ୍ତ୍ରଣା ଦେଉଛି ଖାଲଖମା, ରାସ୍ତାରେ ଗଡ଼ିଗଡ଼ି ପ୍ରତିବାଦ

road

କଟକ(ଓଡ଼ିଶା ରିପୋର୍ଟର): ରାସ୍ତାରେ ଗଡ଼ିଗଡ଼ି ପ୍ରତିବାଦ। କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ପାଇଁ ଏଭଳି ଅଭିନବ ପ୍ରତିବାଦ କରାଯାଇଛି। ନେତାଜୀ ସୁବାସ ସଂଗଠନ କର୍ମକର୍ତ୍ତାମାନେ ରାସ୍ତାରେ ଗଡି ଗଡି ଏଭଳି ପ୍ରତିବାଦ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର ଦାୟିତ୍ୱହୀନ ମନୋଭାବ ଦେଖାଉଛନ୍ତି। ରାସ୍ତାଘାଟ ଖାଲଖମା ହୋଇ ଯାତାୟତ ବେଳେ ଯାତ୍ରୀଙ୍କୁ ଯନ୍ତ୍ରଣା ଦେଉଛି। ଏହାର ମରାମତି କରାଯାଉନି। ବର୍ଷା ଦିନେ ରାସ୍ତା କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। କେଉଁଟା ରାସ୍ତା, କେଉଁଟା ଖାଲ ଜାଣିବା ମୁସକିଲ ହୋଇପଡ଼ୁଛି। ଲୋକେ ଖାଲରେ ପଡ଼ି ଲହୁଲୁହାଣ ହେଉଛନ୍ତି। ଏଥିପାଇଁ ସରକାରଙ୍କୁ ଦାୟୀକରି ମଙ୍ଗଳାବାଗ ରିଙ୍ଗରୋଡରେ ପ୍ରତିବାଦ କରିଛି ନେତାଜୀ ସୁବାସ ସଂଗଠନ।

Advertisment

ଅଭିଯୋଗ ମୁତାବକ, କଟକ ସହରର ରାସ୍ତାଘାଟଗୁଡ଼ିକ ଖାଲଖମା ହୋଇଯାଇଛି। ବହୁ ଦିନ ହେଲା କଟକରେ ରାସ୍ତାଘାଟ କାମ ଚାଲିଛି ଯେ, ଚାଲିଛି। ଡ୍ରେନ୍‌, ସ୍ୱରେଜ୍, ପାଣି ପାଇପ୍ ଓ ଗ୍ୟାସ୍ ପାଇପ୍ ବିଛାଇବା ନିମନ୍ତେ ବାରମ୍ବାର ଗୋଟିଏ ରାସ୍ତାକୁ ଖୋଳି ଖାଲ କରି ଦିଆଯାଉଛି। ଜାଇକା କାମ ସରିବାର ନାଁ ନେଉନାହିଁ। କୋଟି କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଯାଉଛି। ହେଲେ କଟକ ସହର ରାସ୍ତାଘାଟ ଟିପଟପ୍ ହୋଇପାରୁନି। ସହରକୁ ସ୍ମାର୍ଟ କରିବା ନିମନ୍ତେ ପ୍ରଶାସନର ଘୋଷଣା ପ୍ରହେଳିକା ପାଲଟିଛି।

ତେଣୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ଜାଇକା ଅଫିସ ଯାଇ ତୁରନ୍ତ କାମ ସାରିବାକୁ ଦାବି କରିଛନ୍ତି। ନ ହେଲେ ଜାଇକା ଅଫିସ ଅଗରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

Advertisment