Advertisment

ତୋରଣରେ ରହିଛି ସଡ଼କ ସୁରକ୍ଷାର ବର୍ତ୍ତା, ସେଲ୍‌ଫି ପାଇଁ ଭିଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେଲ୍‌ଫି ପାଇଁ ପୂଜା ପେଣ୍ଡାଲରେ ଭିଡ଼। କ୍ୟାମେରା ଲେନ୍ସରେ ସ୍ନାପ୍‌ ସାଇତିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଚିତ୍ର ପ୍ରଚ୍ଛଦପଟରେ ବଡ଼ ତୋରଣ କି ବିଶେଷ ସାଜସଜ୍ଜା ନାହିଁ। ଅଛି କେବଳ ସାମାଜିକ ବାର୍ତ୍ତା। ନୂଆ ମୋଟର ଯାନ ଆଇନ୍‌ ସମ୍ପର୍କରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବାକୁ ଏହି ନିଆରା ପଦକ୍ଷେପ ନେଇଛି କଟକ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି। ଏଠାରେ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ […]

author-image
Manoranjan Sial
ଅଦ୍ୟତନ ହୋଇଛି
ତୋରଣରେ ରହିଛି ସଡ଼କ ସୁରକ୍ଷାର ବର୍ତ୍ତା, ସେଲ୍‌ଫି ପାଇଁ ଭିଡ

road-safty-awarness-in-durgapuja-stage

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେଲ୍‌ଫି ପାଇଁ ପୂଜା ପେଣ୍ଡାଲରେ ଭିଡ଼। କ୍ୟାମେରା ଲେନ୍ସରେ ସ୍ନାପ୍‌ ସାଇତିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଚିତ୍ର ପ୍ରଚ୍ଛଦପଟରେ ବଡ଼ ତୋରଣ କି ବିଶେଷ ସାଜସଜ୍ଜା ନାହିଁ। ଅଛି କେବଳ ସାମାଜିକ ବାର୍ତ୍ତା। ନୂଆ ମୋଟର ଯାନ ଆଇନ୍‌ ସମ୍ପର୍କରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବାକୁ ଏହି ନିଆରା ପଦକ୍ଷେପ ନେଇଛି କଟକ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି। ଏଠାରେ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମରେ ଲୋକଙ୍କୁ ମିଳୁଛି ଟ୍ରାଫିକ ନିୟମର ଟିକି ନିଖି ତଥ୍ୟ।

Advertisment

publive-imageସେହିପରି ଶିଖରପୁର-ଗଣ୍ଡରପୁର-ମହାନଦୀ ବିହାର ପୂଜା ମଣ୍ଡପରେ ମହାତ୍ମା ଗାନ୍ଧୀ ଜୟନ୍ତୀରୁ ପ୍ଳାଷ୍ଟିକ୍ ବ୍ୟାନ୍ କଡ଼ାକଡ଼ି ହେବାପରେ ଏଠି ଏଥର ପାର୍ବଣ ପରିବେଶକୁ ସମ୍ପୂର୍ଣ୍ଣ ପଲିଥିନ୍ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି ଆୟୋଜକ। ହାତରେ ପଲିଥିନ ବ୍ୟାଗ୍ ଧରି ଆସିଥିବା ଶ୍ରଦ୍ଧାଳୁଙ୍କୁ ପରିବେଶ ଉପଯୋଗୀ କ୍ୟାରିବ୍ୟାଗ ଧରାଇ ଆଉ ପାଦେ ଆଗକୁ ଯାଇଛନ୍ତି।

ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଅନୁରୂପ ଆୟୋଜନ ହୋଇଛି। ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ହାତରେ ବିଭିନ୍ନ ଚାରା ଦେଇ ବୃକ୍ଷରୋପଣ ଲାଗି ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ପୂଜା କମିଟି କର୍ତ୍ତୃପକ୍ଷ।

Advertisment

publive-imageଦୁର୍ଗାପୂଜାରେ ଖାଲି ମନୋରଞ୍ଜନ ନୁହେଁ, ଲୋକଙ୍କ ଭିତରେ ଦେଶପ୍ରେମ ଭାବ ଜାଗ୍ରତ କରିବାକୁ ଏଭଳି ଅଭିନବ ଉଦ୍ୟମ କରିଛନ୍ତି କେନ୍ଦ୍ରୀୟ କୋଲକାତାର ଏକ ପୂଜା କମିଟି। ଏଠି ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଥିମ୍‌ରେ ନିର୍ମାଣ ହୋଇଛି ବିଶାଳ ତୋରଣ। ଭାରତୀୟ ବାୟୁସେନାର ଯବାନ ବାଲାକୋଟ୍‌ରେ କରିଥିବା ଆକ୍ରମଣ ଘଟଣାକୁ ଚିତ୍ରରେ ଉତାରିଛନ୍ତି ଶିଳ୍ପୀ। ତା’ ସହ ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ ଓ ସେ ଉଡ଼ାଇଥିବା ବାୟୁସେନାର ମିଗ୍-୨୧ ଫାଇଟର୍‌ ଜେଟ୍‌ର ପ୍ରତିକୃତିକୁ ମଧ୍ୟ ସ୍ଥାନ ମିଳିଛି।

ଖାଲି ପୂଜା ପେଣ୍ଡାଲ ନୁହେଁ, ନବରାତ୍ର ଦାଣ୍ଡିଆ ଆସରରେ ମଧ୍ୟ ସାମାଜିକ ବାର୍ତ୍ତା ଦେଖିବାକୁ ଯାଇଛି। ନୂଆପଡାର କିଛି ଯୁବକ ଯୁବତୀ ଗରବା ନାଚିବା ବେଳେ ମୁଣ୍ଡରେ ହେଲମେଟ୍‌ ପିନ୍ଧି ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।