Advertisment

ସାମ୍ୱାଦିକଙ୍କ ଘରୁ ଚୋରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଲକ୍‌ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। […]

ଅଦ୍ୟତନ ହୋଇଛି
ସାମ୍ୱାଦିକଙ୍କ ଘରୁ ଚୋରି

robb

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ।

Advertisment

ଲକ୍‌ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା ସହିତ ମରଣାନ୍ତକ ଆକ୍ରାମଣ ବି କରୁଛନ୍ତି।

ଅନ୍ୟପଟେ ପୁଣି ପୁରୀରେ ସଟର ତାଡ଼ି ଚୋରି ହୋଇଛି। ରମାବଲ୍ଲଭ ରୋଡର ମହାଲକ୍ଷ୍ମୀ ଭଣ୍ଡାରର ସଟର ତାଡ଼ି ୧ଲକ୍ଷରୁ ଅଧିକ ଟଙ୍କା ଚୋରି କରିଛନ୍ତି ଦୁର୍ବତ୍ତ। ଚୋର ସଟର ତାଡ଼ି ଭିତରେ ପଶିବା ଏବଂ କ୍ୟାସ୍ ଡ୍ରରୁ ଟଙ୍କା ନେବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ରାତି ୧ଟା ୫୮ମିନିରେ ତିନିଜଣ ଦୋକାନ ନିକଟକୁ ଆସି ସଟର ତାଡ଼ିଥିଲେ। ପରେ କ୍ୟାସ ଭାଙ୍ଗି ସେଥିରୁ ଟଙ୍କା ନେଇଥିଲେ।

Advertisment

ଶ୍ରୀମନ୍ଦିର ଚତୁପାର୍ଶ ଉଚ୍ଛେଦ ପରେ ସୀମା ପାତ୍ର ଅକ୍ଷୟ ତୃତୀୟାରେ ଏହି ଦୋକାନ ଆରମ୍ଭ କରିଥିଲେ। ତେବେ ଏହି ଚୋରି ହେବା ଫଳରେ ତାଙ୍କର ବ୍ୟାପକ କ୍ଷତି ହୋଇଥିବା ସେ କହିଛନ୍ତି। ସେପଟେ ଏ ନେଇ ଖବର ପାଇବା ପରେ ଚୋରି ଗ୍ୟାଙ୍ଗକୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଡିଏସ୍‌ପି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe