ରିୟାଦ (ଓଡ଼ିଶା ରିପୋର୍ଟର): ଓଡିଶା ବାହାରେ ଓ[ଡ଼ିଆ କଳା ଓ ସଂସ୍କୃତିର ଝଲକ୍। ରିୟାଦରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗଠନ କରିଥିବା ସଂଗଠନ- ରିୟାଦ ଓଡ଼ିଶା ସୋସିଓ କଲଚରାଲ୍ ଆସୋସିଏସନ୍ ବା ରୋଜା ପାଳନ କରିଛି ଏହାର ନବମ ବାର୍ଷିକ ଉତ୍ସବ। ଏହି ଅବସରରେ ଅନୁଷ୍ଠିତ ଏକ ମନୋରମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ବହୁଦେଶୀୟ ବ୍ୟବସାୟୀ ତଥା ସମାଜସେବୀ ଓ ଏଏସ୍ଏମ୍ଏସିଏସ୍ ଗ୍ରୁପ୍ର ମ୍ୟାନେଜିଂ ଡିରେକ୍ଟର ଡକ୍ଟର ଦେବ୍ ମହାନ୍ତି। ତାଙ୍କ ସହିତ ଥିଲେ ରୋଜାର ସଭାପତି ଦେବାଶିଷ ରାଉତ, ଆଡଭାଇଜର ଫଜଲ ହକ୍ ଓ ସାଧାରଣ ସମ୍ପାଦକ ଅଜିମୁଦ୍ଦିନ୍ ଖାଁ। ରୋଜାର ଚଳିତ ବର୍ଷର ଥିମ୍ ରହିଥିଲା- ଓଡ଼ିଶା ମାର୍ଚିଂ ୱିଥ୍ ଟେକ୍ନୋଲୋଜିକାଲ୍ ଆଡଭାନ୍ସମେଣ୍ଟ। ଏହି ଅବସରରେ ମୁଖ୍ୟ ଅତିଥି ରୋଜାର ସଦସ୍ୟମାନେଙ୍କୁ ଶୁଭେଚ୍ଛା ଜଣେଇବା ସହ ଓଡ଼ିଶାର ଟ୍ୟାଲେଣ୍ଟ ମାନଙ୍କୁ ବିକଶିତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଶେଷରେ ରୋଜାର ସଦସ୍ୟମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
