ରିୟାଦରେ ଓଡ଼ିଆ ମେଳି, ନାଚଗୀତରେ କମ୍ପିଲା ଷ୍ଟେଜ୍

Ordigital Desk
  • Published: Saturday, 21 October 2017
  • , Updated: 21 October 2017, 08:30 PM IST
<p>ରିୟାଦ (ଓଡ଼ିଶା ରିପୋର୍ଟର): ଓଡିଶା ବାହାରେ ଓ[ଡ଼ିଆ କଳା ଓ ସଂସ୍କୃତିର ଝଲକ୍। ରିୟାଦରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗଠନ କରିଥିବା ସଂଗଠନ- ରିୟାଦ ଓଡ଼ିଶା ସୋସିଓ କଲଚରାଲ୍ ଆସୋସିଏସନ୍ ବା ରୋଜା ପାଳନ କରିଛି ଏହାର ନବମ ବାର୍ଷିକ ଉତ୍ସବ। ଏହି ଅବସରରେ ଅନୁଷ୍ଠିତ ଏକ ମନୋରମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ବହୁଦେଶୀୟ ବ୍ୟବସାୟୀ ତଥା ସମାଜସେବୀ ଓ ଏଏସ୍&zwnj;ଏମ୍&zwnj;ଏସିଏସ୍&zwnj; ଗ୍ରୁପ୍&zwnj;ର ମ୍ୟାନେଜିଂ ଡିରେକ୍ଟର ଡକ୍ଟର ଦେବ୍&zwnj; ମହାନ୍ତି। ତାଙ୍କ ସହିତ ଥିଲେ ରୋଜାର ସଭାପତି ଦେବାଶିଷ ରାଉତ, ଆଡଭାଇଜର ଫଜଲ ହକ୍ ଓ ସାଧାରଣ ସମ୍ପାଦକ ଅଜିମୁଦ୍ଦିନ୍ ଖାଁ। ରୋଜାର ଚଳିତ ବର୍ଷର ଥିମ୍ ରହିଥିଲା- ଓଡ଼ିଶା ମାର୍ଚିଂ ୱିଥ୍ ଟେକ୍ନୋଲୋଜିକାଲ୍ ଆଡଭାନ୍ସମେଣ୍ଟ। ଏହି ଅବସରରେ ମୁଖ୍ୟ ଅତିଥି ରୋଜାର ସଦସ୍ୟମାନେଙ୍କୁ ଶୁଭେଚ୍ଛା ଜଣେଇବା ସହ ଓଡ଼ିଶାର ଟ୍ୟାଲେଣ୍ଟ ମାନଙ୍କୁ ବିକଶିତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଶେଷରେ ରୋଜାର ସଦସ୍ୟମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।</p>

Related story