ମହିଳାଙ୍କୁ ସଂଘବଦ୍ଧ ହତ୍ୟା, ୧୧ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ରାଉରକେଲା (ପବନ ତିୱାରୀ): ଡାହାଣୀ ସନ୍ଦେହରେ ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ ଜେଲ୍‌। ଆଉ ୩ ଦୋଷୀ ମହିଳାଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ରାଉରକେଲା ଏଡିଜେ-୧ କୋର୍ଟ। ଡାହାଣୀ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରି ମହିଳାଙ୍କୁ ହତ୍ୟା କରାଯାଇଥିଲା। ୨୦୧୮ ମସିହା ମାର୍ଚ୍ଚ ୩ ତାରିଖ ସନ୍ଧ୍ୟାରେ ରତାଖଣ୍ଡି ଗାଁର ଯଶୋଦା ସିଂ, ତାଙ୍କ ସ୍ୱାମୀ ଫଗୁ ସିଂ ଓ କମଳେଶ ସିଂଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଫଳରେ ଯଶୋଦାଙ୍କର […]

Murder

Murder

Manoranjan Sial
  • Published: Friday, 28 October 2022
  • Updated: 28 October 2022, 04:43 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ଡାହାଣୀ ସନ୍ଦେହରେ ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ ଜେଲ୍‌। ଆଉ ୩ ଦୋଷୀ ମହିଳାଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ରାଉରକେଲା ଏଡିଜେ-୧ କୋର୍ଟ। ଡାହାଣୀ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରି ମହିଳାଙ୍କୁ ହତ୍ୟା କରାଯାଇଥିଲା।

୨୦୧୮ ମସିହା ମାର୍ଚ୍ଚ ୩ ତାରିଖ ସନ୍ଧ୍ୟାରେ ରତାଖଣ୍ଡି ଗାଁର ଯଶୋଦା ସିଂ, ତାଙ୍କ ସ୍ୱାମୀ ଫଗୁ ସିଂ ଓ କମଳେଶ ସିଂଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଫଳରେ ଯଶୋଦାଙ୍କର ମୃତ୍ୟୁ ଘଟିଥିବା ବେଳେ ଫଗୁ ଓ କମଳେଶ ଗୁରୁତର ଆହତ ହୋଇଥିଲେ। ଏନେଇ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଏଡିଜେ-୧ କୋର୍ଟ ମାମଲା ବିଚାର କରି କରି ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିଛନ୍ତି। ୧୧ ଜଣଙ୍କୁ ଆଜୀବନ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅନିତା ସିଂ, ରୀତା ସିଂ ଓ ଲଳିତା ସିଂଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos